ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବା‌ର ଲୋକ

 ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବା‌ର ଲୋକ

କଟକ: ସ୍କୁଲ ପରିସରରେ ଝୁଲୁଛି ପ୍ରେମୀଯୁଗଳଙ୍କର ଝୁଲନ୍ତା ମୃତଦେହ । କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କଲେ ସ୍ଥାନୀୟ ଲୋକେ । ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।

ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟା ଅଭିଯୋଗ କରିଛନ୍ତି ଉଭୟଙ୍କ ପରିବାର ଲୋକେ। ପରିବାର ଲୋକଙ୍କ ଅନୁଯାୟୀ ଦୁହିଁଙ୍କ ହାତ ପଛ ପଟରୁ ବନ୍ଧା ହୋଇଥିଲା। ତେବେ କିପରି ସେମାନେ ଆତ୍ମହତ୍ୟା କଲେ? ଏଥିସହ ସ୍କୁଲରେ ପାଚେରୀ ଉଚ୍ଚ ଥିବା ସହ ମୁଖ୍ୟ ଫାଟକରେ ତାଲା ପଡ଼ିଥିଲା । ତେବେ ଏମାନେ ଭିତରକୁ ଗଲେ କିପରି ଓ ପାଖରେ ଥିବା ଟୁଲ କେଉଁଠୁ ଆସିଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏନେଇ ସଦର ଥାନାକୁ ଅବଗତ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe