ମଧୁବାବୁଙ୍କ ସମାଧିପୀଠକୁ ମିଳିବ ନୂଆରୂପ, ଲୋକଙ୍କୁ ଆକୃଷ୍ଟ କରିବାକୁ ପୀଠକୁ ଆକ‌ର୍ଷଣୀୟ କରାଯିବ

ମଧୁବାବୁଙ୍କ ସମାଧିପୀଠକୁ ମିଳିବ ନୂଆରୂପ, ଲୋକଙ୍କୁ ଆକୃଷ୍ଟ କରିବାକୁ ପୀଠକୁ ଆକ‌ର୍ଷଣୀୟ କରାଯିବ

Sambad

କଟକ: କଟକ ମହାନଗର ନିଗମ ପକ୍ଷରୁ ତୁଳସୀପୁରସ୍ଥିତ ଗୋରାକବରରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠର ଉନ୍ନତୀକରଣ ଓ ‌ସୌନ୍ଦର୍ଯ୍ୟୀକରଣ କରାଯିବ। ସମାଧିପୀଠର ପରିସରକୁ ଆକ‌ର୍ଷଣୀୟ ରୂପ ଦିଆଯିବ। ମଧୁ ଜୟନ୍ତୀ ଓ ପୁଣ୍ୟତିଥି ସହିତ ବର୍ଷର ସବୁ ସମୟରେ ଏଠାକୁ ସାଧାରଣ ଲୋକ ଆସି ମଧୁବାବୁଙ୍କ ସମାଧିପୀଠକୁ ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିବେ ଏଥିପାଇଁ ଏହାକୁ ନୂଆ ରୂପ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ସମାଧିପୀଠର ସୌନ୍ଦର୍ଯ୍ୟୀକରଣ ପାଇଁ ସିଏମ୍‌ସି ତରଫରୁ ଆର୍କିଟେକ୍ଟଙ୍କଠାରୁ ପ୍ଲାନ୍‌ ମଗାଯାଇଛି। ଏଥିପାଇଁ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ଓଡ଼ିଆ ଜାତିର ଅନେକ କିମ୍ବଦନ୍ତୀ ଆଉ ଐତିହାସିକ ଘଟଣାର ନାୟକ ମଧୁସୂଦନ ଦାସଙ୍କ ସମାଧିପୀଠକୁ ନୂଆରୂପ ଦିଆଯିବ। ସିଏମ୍‌ସି ୧୬ ନମ୍ବର ୱାର୍ଡସ୍ଥିତ ଗୋରା କବରଠାରେ ଥିବା ମଧୁବାବୁଙ୍କ ସମାଧିପୀଠର ଉନ୍ନତୀକରଣ କରାଯିବ। ଆସନ୍ତାବର୍ଷ ଏପ୍ରିଲ ୨୮ ତାରିଖ ତଥା ମଧୁବାବୁଙ୍କ ଜୟନ୍ତୀ ପୂର୍ବରୁ ଏହାର କାମ ଶେଷ କରିବାକୁ ସିଏମ୍‌ସି ଯୋଜନା କରିଛି।

ସମାଧିପୀଠ ଚତୁଃପାର୍ଶ୍ବର କିଛି ଅଞ୍ଚଳକୁ ଉଦ୍ୟାନର ରୂପ ଦିଆଯିବା ସହ ସେଠାରେ ବସିବା ପାଇଁ ବେଞ୍ଚ, ଆଲୋକୀକରଣର ଆଦିର ବ୍ୟବସ୍ଥା କରାଯିବ। ବର୍ଷର ସବୁ ସମୟରେ ସମାଧିପୀଠର ଦର୍ଶନ କରିବାକୁ ସାଧାରଣ ଲୋକେ ଯେପରି ଆଗ୍ରହ ପ୍ରକାଶ କରି ଏଠାକୁ ଆସିବେ ଏହାକୁ ସେପରି ଆକର୍ଷଣୀୟ କରାଯିବ। ସମାଧିପୀଠର ସୌନ୍ଦର୍ଯ୍ୟୀକରଣ ପାଇଁ ସିଏମ୍‌ସି ପକ୍ଷରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ସମାଧିପୀଠ ନିକଟରେ ଥିବା ଅନ୍ୟ ସମାଧିକୁ ସଂରକ୍ଷିତ ରଖାଯାଇ ଏହି କାମ କରାଯିବ। ଏଥିପାଇଁ ଓଡ଼ିଆ ବାପଟିଷ୍ଟ୍‌ମଣ୍ଡଳୀର କର୍ମକର୍ତ୍ତାଙ୍କ ସହିତ ସିଏମ୍‌ସିର ଅଧିକାରୀ ଆଲୋଚନା କରିଛନ୍ତି। ସିଏମ୍‌ସି ଇଂଜିନୟରିଂ ବିଭାଗର ଅଧିକାରୀ ଜଣେ ଆର୍କିଟେକ୍ଟଙ୍କୁ ନେଇ ଆଜି ସମାଧିପୀଠ ପରିଦର୍ଶନ କରିବା ସହ ଏହାର ରୂପ ରେଖ ପ୍ରସ୍ତୁତ କରିବା ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଅବସରରେ ବାପଟିଷ୍ଟ୍‌ମଣ୍ଡଳୀର କର୍ମକର୍ତ୍ତା ଓ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe