ମହାନଦୀ ସ୍ଥିତି ଅନୁଧ୍ୟାନ କ‌ଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍‌

ମହାନଦୀ ସ୍ଥିତି ଅନୁଧ୍ୟାନ କ‌ଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍‌

Sambad

କଟକ: ମହାନଦୀ ଅନୁଧ୍ୟାନ ପାଇଁ ୧୦ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟମାନେ ଆଜି କଟକର ବିଭିନ୍ନ ସ୍ଥାନରେ ମହାନଦୀର ସ୍ଥିତିକୁ ଅନୁଧ୍ୟାନ କରିବା ସହିତ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମ କୋର୍ଟର ବିଚାରପତି ଜ‌ଷ୍ଟିସ୍ ଏ.ଏମ୍‌. ଖାନୱଲିକରଙ୍କ ସମେତ ଅନ୍ୟ ବିଚାରପତି ମାନେ ସପତ୍ନୀକ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ମହାନଦୀର ମୁଣ୍ଡଳୀ ଠାରେ ପହଞ୍ଚିଥିଲେ। ମୁଣ୍ଡଳୀ ବ୍ୟାରେଜରେ ମହାନଦୀର ଜଳସ୍ତରକୁ ଅନୁଧ୍ୟାନ କରିବା ସହ ଓଡ଼ିଶାର ବିଶେଷଜ୍ଞ ମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। ସେଠାରେ ମହାନଦୀରୁ ବାହାରିଥିବା ପୁରୀ ମେନ୍ କେନାଲ୍‌ ଦେଖିବା ସହ ଏହା ବିଷୟରେ ବୁଝିଥିଲେ। ପରେ ସାପୁଆ ନଦୀ ଓ ମହାନଦୀର ସଂଯୋଜସ୍ଥଳ ବୁଲି ଦେଖିଥିଲେ। ସେଠାରୁ ନରାଜ ହିଲ୍‌ଟପ୍ ବଙ୍ଗଳ‌ାରେ କିଛି ସମୟ ଅତିବାହିତ କରିବା ପରେ ଟ୍ରିବ୍ୟୁନାଲ ଟିମର ସଦସ୍ୟ ମାନେ ନରାଜ ବ୍ୟାରେଜ ପରିଦର୍ଶନରେ ଯାଇଥିଲେ। ନରାଜ ଠାରେ ମହାନଦୀ ଓ କାଠଯୋଡ଼ିର ମିଳନସ୍ଥଳ ବୁଲି ଦେଖିବା ସହିତ ବ‌ର୍ଷର ବିଭିନ୍ନ ସମୟରେ ଏଠିକାର ଜଳସ୍ଥର ବିଷୟରେ ଉପସ୍ଥିତ ଜଳସଚେନ ବିଭାଗୀୟ ଅଧିକାରୀଙ୍କ ଠାରୁ ବୁଝିଥିଲେ। ଟ୍ରିବ୍ୟୁନାଲ୍‌ ଟିମ୍‌ ନରାଜକୁ ମହାନଦୀ ରିଙ୍ଗବନ୍ଧ ଦେଇ ହୋଟେଲ ପ୍ରମୋଦରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ ପୁଣି ମହାନଦୀ ତଳ ମୁଣ୍ଡ ପରିଦର୍ଶନରେ ବାହାରିଥିଲେ। ଅପରାହ ସାଢ଼େ ୩ଟାରେ ଟ୍ରିବ୍ୟୁଟାଲ୍ ସଦସ୍ୟ ମାନେ ରିଙ୍ଗବନ୍ଧ, ଯୋବ୍ରା ବ୍ୟ‌ାରେଜ୍ ଛକ, ଯୋବ୍ରା ଆନିକଟ ଦେଇ ଜଗତପୁର ସ୍ଥିତ ଯୋବ୍ରା ବ୍ୟ‌ାରେଜ୍‌ ଛକରେ ମହାନଦୀ ଓ ବିରୂପାନଦୀର ସ୍ଥିତି ଦେଖିଥିଲେ। ‌

publive-image Sambad

ଜଗତପୁର ବ୍ୟାରେଜ ଛକରେ ପାଖାପାଖି ୩୦ମିନିଟ୍ କାଳ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଉପସ୍ଥିତ ବିଶେଷଜ୍ଞ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଅଧିକାରୀ ମାନେ ଯୋବ୍ରା ବ୍ୟାରେଜର ଦୁଇ ପାର୍ଶ୍ବରେ ମହାନଦୀରୁ ବାହାରି ଥିବା କେନ୍ଦ୍ରାପଡ଼ା କେନାଲ ଓ ତାଳଦଣ୍ଡା କେନାଲ ବିଷୟରେ ବୁଝିଥିଲେ। ସେଠାରୁ ବିରୂପା ବ୍ୟାରେଜ ଯାଇ ବିରୂପା ନଦୀ ଓ ବିରୂପା କେନାଲ ପରିଦର୍ଶନ କରି ଯୋବ୍ରା ବ୍ୟାରେଜ ଦେଇ ନୌବାଣିଜ୍ୟ ସଂଗ୍ରହାଳୟରେ ପହଞ୍ଚିଥିଲେ।

ଟ୍ରିବ୍ୟୁଟାଲ ସଦସ୍ୟମାନେ ନୌବାଣିଜ୍ୟ ସଂଗ୍ରହାଳୟ ପରିବର୍ଶନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥି ମାନଙ୍କ ପାଇଁ ନୈଶ୍ୟ‌ ଭୋଜିର ବ୍ୟବସ୍ଥା କରାଯାଇଥିଲା। ନୈବାଣିଜ୍ୟ ସଂଗ୍ରହାଳୟରୁ ଟ୍ରିବ୍ୟୁନାଲ ସଦସ୍ୟ ମାନେ ଭୁବନେଶ୍ବର ଫେରି ଯାଇଥିଲେ। ଆସନ୍ତାକାଲି ଟ୍ରିବ୍ୟୁନାଲ ଟିମ୍‌ ସଦସ୍ୟ ମାନେ ଚିଲିକା ବିଲିବା ସହ ଚିକିଲା ମୁହାଁଣ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରିବ୍ୟୁନାଲ ଟିମ୍‌ରେ ଅଧ୍ୟକ୍ଷ ଜଷ୍ଟିସ୍ ଖାନୱଲିକରଙ୍କ ସହିତ ବିଚାରପତି ଡକ୍ଟର ଜଷ୍ଟିସ୍ ରବି ରଞ୍ଜନ, ଜଷ୍ଟିସ୍ ଏ.କେ. ପାଠକ, ଜଷ୍ଟିସ୍ ଇନ୍ଦିରମିତ୍‌ କାଉର୍ କୋଚର, ଓଡ଼ିଶା ଓ ଛତିଶଗଡ଼ର ବିଶେଷଜ୍ଞ ଦଳ, ଉଭୟ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଥିଲେ। ଏହି ପ୍ରତିନିଧି ମଣ୍ଡଳୀଙ୍କୁ ଜିଲ୍ଲାପାଳ ଡକ୍ଟର ଭାବନୀ ଶଙ୍କର ଚୟନୀ, ଉପଜିଲ୍ଲାପାଳ କମଳଜିତ ଦାସ, ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ପ୍ରମୁଖ ସ୍ବାଗତ କରିବା ସହିତ ସମସ୍ତ ସୁବିଧା ଓ ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe