ଗଡ଼ଗଡ଼ିଆରେ ମହାନଦୀ ମହା ଆଳତୀ

Advertisment
ଗଡ଼ଗଡ଼ିଆରେ ମହାନଦୀ ମହା ଆଳତୀ

Sambad

କଟକ: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଧି ରକ୍ଷା ପାଇଁ ତଥା ମହାମାରୀ କରୋନା କବଳରୁ ବିଶ୍ବକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଉଦାସ ଆଶ୍ରମ, ସୋଲର, ଛତିଆ ଆନୁକୂଲ୍ୟରେ ଗଡ଼ଗଡ଼ିଆ ଘାଟରେ ମହାନଦୀ ମହା ଆଳତୀ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ପୀଠାଧୀଶ ବ୍ରହ୍ମଚାରୀ ରବୀନ୍ଦ୍ରନାଥ ଦାସ ସ୍ବଳ୍ପ ଭକ୍ତଙ୍କ ଗହଣରେ କୋଭିଡ୍‌ କଟକଣାକୁ ମାନି ସାମାଜିକ ଦୂରତା ବଜାୟ ରଖି ମହାନଦୀ ପୂଜନ ଓ ଆଳତୀ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ବାବା ଉଦ୍ଧବାନନ୍ଦ ଦାସ, କୁନି ବାବା, କୃଷ୍ଣ ବାବା ଓ ମାନସ ଚୈତନ୍ୟ ଆଦି ସନ୍ଥଙ୍କ ସମେତ କଟକ ଶାନ୍ତି କମିଟି ସଂପାଦକ ଭିକାରି ଦାସ, ଉପ-ସଭାପତି ମନୋରଂଜନ ସାହୁ, କେଦାର ବାବୁ, ଦେବପ୍ରସାଦ କାହାଳୀ ଓ ଯୁଗ୍ମ ସଂପାଦକ ଦୈପାୟନ ପଟ୍ଟନାୟକ ଯୋଗଦାନ କରିଥିଲେ।

ପଣ୍ଡିତ ଖଗେଶ୍ବର ରଥ ବେଦମନ୍ତ୍ର ଉଚ୍ଚାରଣ କରି ମହାନଦୀ ପୂଜା କରିଥିଲେ। ଉପସ୍ଥିତ ଉଦାସପନ୍ଥୀ ଭକ୍ତମାନେ ଭଜନ ଓ ନାମ ସଂଗୀର୍ତ୍ତନ କରିଥିଲେ। ସୁଧାଂଶୁ ଶେଖର ନାୟକ, ଜ୍ୟୋତିପ୍ରକାଶ ସାହୁ, ବସନ୍ତ କୁମାର ଦାସ, ଶାରଦାକାନ୍ତ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଦାସ ଆଶ୍ରମର ସେବକ ସତ୍ୟରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe