ମାଓ ପୋଷ୍ଟର ଜବତ ଘଟଣା: ନିମ୍ନ ଅଦାଲତଙ୍କ କଗ୍ନିଜାନ୍ସ ଆଦେଶ ହାଇକୋର୍ଟରେ କାଏମ

Advertisment
ବାଳାଶ୍ରମରୁ ୫ ଶିଶୁ ନିଖୋଜ, ହାଇକୋର୍ଟଙ୍କ ଉଦ୍‌ବେଗ

image source-newindianexpress.com

କଟକ: ସିପିଆଇ (ମାଓବାଦୀ) ପୋଷ୍ଟର ଜବତ ଅଭିଯୋଗରେ ଭୁବନେଶ୍ୱର ନୂଆପଲ୍ଲୀ ଥାନା ଅଞ୍ଚଳର ଏକ ଛାପାଖାନା ସଂସ୍ଥାର ମାଲିକ ଜୟକ୍ରିଷ୍ଣ ଚମ୍ପତିଙ୍କ ବିରୋଧରେ ନିମ୍ନ ଅଦାଲତଙ୍କ କଗ୍ନିଜାନ୍ସ ଗ୍ରହଣ ଆଦେଶ ହାଇକୋର୍ଟରେ କାଏମ ରହିଛି। ଭୁବନେଶ୍ବର ଏସଡିଜେଏମ୍ ଅଦାଲତଙ୍କ ୨୦୧୧, ମେ ୯ର କଗନିଜାନ୍ସ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ନିବେଦନ କରି ଶ୍ରୀ ଚମ୍ପତିଙ୍କ ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

୨୦୧୦ରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀଙ୍କୁ ବାଲୁଗାଁ ପୁଲିସ ଗିରଫ କରିବା ପରେ ଉପରୋକ୍ତ ସଂସ୍ଥାରୁ ପୁଲିସ ଆପତ୍ତିଜନକ ମାଓ ପୋଷ୍ଟର ଜବତ କରିଥିଲା। ୨୦୧୦, ଜାନୁଆରି ୧୫ରେ ନୂଆପଲ୍ଲୀ ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ଆବେଦନକାରୀଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟ ଆଧାରରେ ଭୁବନେଶ୍ବର ଏସଡିଜେଏମ ଅଦାଲତ କଗନିଜାନ୍ସ ଗ୍ରହଣ କରି ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ହାଇକୋର୍ଟ ନିମ୍ନ ଅଦାଲତଙ୍କ କଗନିଜାନ୍ସ ନିର୍ଦ୍ଦେଶକୁ ୨୦୧୧, ମେ ୧୩ରେ ରଦ୍ଦ କରିଥିଲେ। ହେଲେ ୨୦୧୧, ମେ ୯ରେ ତଦନ୍ତକାରୀ ସଂସ୍ଥା ପୁଣି ଏକ ଅତିରିକ୍ତ ଚାର୍ଜସିଟ ଆବେଦନକାରୀଙ୍କ ବିରୋଧରେ ଦାଖଲ କରିଥିଲା। ଏହି ଚାର୍ଜସିଟ ଆଧାରରେ ଏସଡିଜେଏମ ଅଦାଲତ ୨୦୧୧, ମେ ୯ରେ ଆବେଦନକାରୀଙ୍କ ବିରୋଧରେ ପୁନର୍ବାର କଗ୍ନିଜାନ୍ସ ଗ୍ରହଣ କରିଥିଲେ। ତଥ୍ୟ ପ୍ରମାଣ ନଥାଇ ଏହି ଅତିରିକ୍ତ ଚାର୍ଜସିଟ ଦାଖଲ କରାଯାଇଥିଲା ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe