ମାଲଗୋଦାମରୁ ୨୦ କ୍ବିଣ୍ଟାଲର ନକଲି ମସଲା ଠାବ

Advertisment
ମାଲଗୋଦାମରୁ ୨୦ କ୍ବିଣ୍ଟାଲର ନକଲି ମସଲା ଠାବ

Sambad

କଟକ: କଟକରେ ପୁଣି ନକଲି ଦୃଶ୍ୟ। ଦୀର୍ଘଦିନ ବ୍ୟବଧାନ ପରେ ପୁଣି ମାଲଗଦାମରୁ ନକଲି ମସଲା ଠାବ। ୨୦ କ୍ବିଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଇତ୍ୟାଦି ଠାବ। ଉଭୟ କମିସନରେଟ ପୁଲିସ ଓ ସିଏମସି ସ୍ୱାସ୍ତ୍ୟ ବିଭାଗର ଚଢ଼ଉରେ ଏଭଳି ନକଲି ସାମଗ୍ରୀ ଠାବ କରାଯାଇଛି। ସବୁ ଗୁଣ୍ଡରେ ଚାଉଳ, ରଙ୍ଗ, କେମିକାଲ ମିଶାଉଥିବାର ଅଭିଯୋଗ ହୋଇଥଲା ଉକ୍ତ ବ୍ୟବସାୟୀ ଜଣକ ଅରୁଣ କୁମାର ଗନ୍ତାୟତ। ଅନେକ ବର୍ଷ ଧରି ମାଲଗୋଦାମରେ ଖୁଲମ ଖୁଲା କରୁଥିଲା ବ୍ୟବସାୟ। ତେବେ ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ବୋଲି ସିଏମସି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଅନ୍ୟପଟେ ଜବତ ସାମଗ୍ରୀକୁ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର।

publive-image Sambad

ଅନ୍ୟପଟେ ବ୍ୟବସାୟୀ ଜଣକ ଅଟକ ରହିଥିବା ବେଳେ ଏହି ବ୍ୟବସାୟର ଅନ୍ୟାନ୍ୟ ଦିଗ ଉପରେ ଖୋଳତାଡ଼ ଜାରି ରଖିଛି କମିସନରେଟ ପୁଲିସ। ତେବେ ପୂର୍ବରୁ ଅପମିଶ୍ରଣର ଠିକଣା ପାଲଟି ସାରିଛି ସିଲଭରସିଟି। ପ୍ରଥମେ ସସ, ମସଲା, ଚା’, ଘିଅ, ସୋୟାବିନ, ଗଟୁକା ଆଦି ନକଲି ସମଗ୍ରୀ ଚିହ୍ନଟ ହେଲା ପରେ ଏବେ ପୁଣି ନକଲି ମସଲା। ଆଗମୀ ଦିନରେ ଏହି ଦିଗରେ ଆହୁରି ଚଢ଼ଉ କରାଯିବା ସହ ଏପରି ବ୍ୟବସାୟୀ ମାନଙ୍କୁ କଠୋର ଦଣ୍ତ ବିଧାନ କରାଯିବା ଆବଶ୍ୟକ ରହିଛି ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe