ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ପ୍ରସ୍ତୁତି, ନୂଆ ରୂପ ପାଇବ ଖେଳାଳିଙ୍କ ଡ୍ରେସି˚ ରୁମ୍‌

Advertisment

ପଡ଼ୁଛି ୨୫ ରିକ୍ଲାଇନର୍‌, ବଡି ମସାଜ୍‌ ପାଇଁ ବାଥରୁମ୍‌ରେ ଲାଗିବ ସଉନା, ଲାଗିବ କିମ୍ବଦନ୍ତୀ କ୍ରିକେଟର୍‌ଙ୍କ ଫଟୋ, ପ୍ରଦର୍ଶିତ ହେବ କ୍ରିକେଟ୍‌ ଉପକରଣ

ପଡ଼ୁଛି ୨୫ ରିକ୍ଲାଇନର୍‌, ବଡି ମସାଜ୍‌ ପାଇଁ ବାଥରୁମ୍‌ରେ ଲାଗିବ ସଉନା, ଲାଗିବ କିମ୍ବଦନ୍ତୀ କ୍ରିକେଟର୍‌ଙ୍କ ଫଟୋ, ପ୍ରଦର୍ଶିତ ହେବ କ୍ରିକେଟ୍‌ ଉପକରଣ

ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ପ୍ରସ୍ତୁତି, ନୂଆ ରୂପ ପାଇବ ଖେଳାଳିଙ୍କ ଡ୍ରେସି˚ ରୁମ୍‌

Sambad

କଟକ: ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମର ନବକଳେବର ଚାଲିଛି। ଏଥର ଖେଳାଳିଙ୍କ ଡ୍ରେସି˚ ରୁମ୍‌ ନୂଆ ରୂପ ପାଇବାକୁ ଯାଉଛି। ଦୀର୍ଘ ୧୨ ବର୍ଷ ପରେ ପୁରୁଣା ଡ୍ରେସି˚ ରୁମ୍‌ର ଆମୂଳଚୂଳ ପରିବର୍ତ୍ତନ ହେଉଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଡ୍ରେସି˚ ରୁମ୍‌ରେ ଖେଳାଳିଙ୍କ ଆରାମ ଓ ଥକ୍କାପଣ ଦୂର କରିବାକୁ ସମସ୍ତ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି। ଚଳିତ ମାସ ଶେଷ ତାରିଖ ବେଳକୁ ଡ୍ରେସି˚ରୁମ୍‌ ନବୀକରଣ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ଏୟାରପୋର୍ଟ ଓ ହୋଟେଲ ମାନଙ୍କରେ ପଡୁଥିବା ରିକ୍ଲାଇନର ଚେୟାରକୁ ଏଥର ଡ୍ରେସି˚ ରୁମ୍‌ରେ ଯୋଡ଼ା ଯାଉଛି। ଦୁଇଟି ଡ୍ରେସି˚ ରୁମ୍‌ରେ ୧୮ଟି ଲେଖାଏଁ ଖେଳାଳିଙ୍କ ବ୍ୟକ୍ତିଗତ ଚେୟାର ରହୁଥିଲା। ହେଲେ ଏଥର ତାହାକୁ ୨୫ ରିକ୍ଲାଇନରକୁ ବୃଦ୍ଧି କରାଯାଉଛି। ଖେଳାଳିମାନଙ୍କ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ରଖିବା ପାଇଁ ବ୍ୟକ୍ତିଗତ ଲକର ଓ କପବୋର୍ଡ ଦିଆଯାଉଛି। ବ୍ୟକ୍ତିଗତ କିଟ୍‌କୁ ରଖିବା ପାଇଁ ରିକ୍ଲାଇନର ପାଖରେ ଷ୍ଟୋରେଜ ନିର୍ମାଣ ହୋଉଛି। ଏପରିକି ଜୋତା ପିନ୍ଧିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ଷ୍ଟାଣ୍ତ ଲଗାଯିବ। ପୂର୍ବରୁ ଲାଗିଥିବା ସ୍ପ୍ଲିଟ୍‌ ଏସିକୁ ହଟାଯାଇ ଡ୍ରେସି˚ ରୁମ୍‌ରେ ସେଣ୍ଟ୍ରାଲ ଏସି ଲଗାଯାଉଛି ଏବ˚ ଭିତରକୁ ତାଜା ପବନ ଆସିବାକୁ ଭେଣ୍ଟିଲେଟର ଲଗାଯାଉଛି। ଖେଳାଳିମାନଙ୍କ ପାଇଁ ନିର୍ମାଣ ହେଉଥିବା ବାଥ୍‌ରୁମ୍‌ରେ ଷ୍ଟିମ୍‌ ଓ ଆଇସ୍‌ ବାଥ୍‌ ପାଇଁ ବ୍ୟବସ୍ଥା ହେଉଥିବା ବେଳେ ବଡି ମସାଜ୍ ପାଇଁ ସଉନା ରଖାଯାଉଛି।

publive-image Sambad

ଏଥିସହିତ ଶୌଚାଳୟ, ଟଏଲେଟ, ବେସିନ୍‌ ଇତ୍ୟାଦିକୁ ନ ଛୁଇଁବା ପାଇଁ ଅଟୋମେଟିକ୍‌ ସେନସର ଲଗାଯାଇଛି। କୋଭିଡ୍‌ ସମୟରେ ବାରମ୍ବାର ପାଣି ବ୍ୟବହାର ପାଇଁ ଆଉ ଛୁଇଁବାକୁ ନପଡ଼ିବ, ସେଥିପାଇଁ ଏପରି ବ୍ୟବସ୍ଥା କରାଯାଉଛି। କେବଳ ଏତିକି ନୁହେଁ, କିମ୍ବଦନ୍ତୀ ଖେଳାଳିମାନଙ୍କ କୀର୍ତ୍ତିମାନକୁ ଲେଟର୍ଡ କାଚରେ ପ୍ରିଣ୍ଟ କରାଯାଇ ଡ୍ରେସି˚ ରୁମ୍‌ର ବିଭିନ୍ନ ସ୍ଥାନରେ ଲଗାଯିବ। ଏଥିସହ ବିଭିନ୍ନ କ୍ରିକେଟରଙ୍କ ବ୍ୟବହୃତ ଖେଳ ଉପକରଣଗୁଡ଼ିକୁ ଡ୍ରେସି˚ ରୁମ୍‌ରେ ସୋ-କେସ୍‌ କରି ପ୍ରଦର୍ଶିତ କରାଯିବ। ଏହି ଉପକରଣ ଗୁଡ଼ିକରୁ କିଛି ଓସିଏ ପାଖରେ ଉପଲବ୍ଧ ଥିବାବେଳେ ଆଉ କିଛି ସ˚ଗ୍ରାହକ ସରୋଜ କରଙ୍କ ପାଖରୁ ଅଣାଯିବ ବୋଲି ଜଣାପଡ଼ିଛି। କେବଳ ଡ୍ରେସି˚ ରୁମ୍‌ ନୁହେଁ, ଓସିଏର ପ୍ରବେଶ ଦ୍ବାର, ଓସିଏ କାର୍ଯ୍ୟାଳୟ ପରିସରକୁ ମଧ୍ୟ ନୂଆ ରୂପ ଦିଆଯାଉଛି। ନିର୍ମାଣ କନ୍‌ସଲଟାନ୍ସି ସର୍ଭିସେସ୍‌ର ପ୍ରିନ୍ସିପାଲ କନ୍‌ସଲଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର ଓ ଆର୍କିଟେକ୍ଟ ମିନାକ୍ଷୀ ରଥ ଓ ଓସିଏ ସମ୍ପାଦକ ସ˚ଜୟ ବେହେରାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe