ପାରାଦୀପ ମହିଳାଙ୍କୁ ଦୁଷ୍କର୍ମ ଘଟଣା; ବସନ୍ତ ବଳଙ୍କ ଡାକ୍ତରୀ ପରୀକ୍ଷା

Advertisment

ହସପିଟାଲର ୫ କର୍ମଚାରୀଙ୍କ ବୟାନ ରେକର୍ଡ

ହସପିଟାଲର ୫ କର୍ମଚାରୀଙ୍କ ବୟାନ ରେକର୍ଡ

ପାରାଦୀପ ମହିଳାଙ୍କୁ ଦୁଷ୍କର୍ମ ଘଟଣା; ବସନ୍ତ ବଳଙ୍କ ଡାକ୍ତରୀ ପରୀକ୍ଷା

News Nation

କଟକ: ପାରାଦୀପର ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଆଜି ଅଭିଯୁକ୍ତ ବସନ୍ତ କୁମାର ବଳଙ୍କ କଟକ ବଡ଼ ମେଡିକାଲରେ ଡାକ୍ତରୀ ପରୀକ୍ଷା କରାଯାଇଛି। ତାଙ୍କ ବିେରାଧରେ ଯେଉଁ ଦୁଷ୍କର୍ମ ଅଭିଯୋଗ ଆସିଛି, ତାର ପ୍ରମାଣ ପାଇଁ ପୁଲିସ ଏଭଳି ପରୀକ୍ଷା କରିଥିଲା। ଅନ୍ୟପଟେ କଲେଜ ଛକର ଯେଉଁ ଘରୋଇ ହସପିଟାଲକୁ ବସନ୍ତ ସମ୍ପୃକ୍ତ ମହିଳାଙ୍କୁ ନେଇଥିବା ଅଭିଯୋଗ ହୋଇଥିଲା, ପୁଲିସ ଉକ୍ତ ହସପିଟାଲର ୫ ଜଣ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି। ହସପିଟାଲରୁ ଜବତ ହୋଇଥିବା ସିସି କ୍ୟାମେରା ଫୁଟେଜକୁ ରଶୁଲଗଡ଼ସ୍ଥିତ ରାଜ୍ୟ ଫୋରେନସିକ ସାଇନ୍ସ ଲାବ୍ରୋଟୋରି(ଏସଏଫଏସଏଲ)କୁ ପଠାଯାଇଛି। ୧୭ ତାରିଖରେ ବସନ୍ତଙ୍କ ମୋବାଇଲ୍ ଲୋକେସନ୍ ସମ୍ପର୍କରେ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରଙ୍କୁ ରିପୋର୍ଟ ମଗାଯାଇଥିବା ବେଳେ ଖୁବ ଶୀଘ୍ର ତାହା ହସ୍ତଗତ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ପାରାଦୀପ ଷଣ୍ଢକୁଦର ବିବାହିତ ମହିଳାଙ୍କ ସ୍ବାମୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ବସନ୍ତ କୁମାର ବଳ ୬ ବର୍ଷ ହେବ ଦୁଷ୍କର୍ମ କରିବା ଅଭିଯୋଗ ଏବେ ପୁଲିସ ପାଇଁ ଅଡ଼ୁଆ କଲାଣି। ରବିବାର ରାତିରେ ବସନ୍ତଙ୍କ ସମେତ ପୁଅ, ବୋହୂ ଓ ଝିଅଙ୍କ ବୟାନ ରେକର୍ଡ କରାଯାଇଥିଲା। ଗଲା ୧୭ ତାରିଖରେ ବସନ୍ତ ସମ୍ପୃକ୍ତ ମହିଳାଙ୍କ ସହିତ ଥିବା ଏତଲାରେ ଉଲ୍ଲେଖ ଥିବା ବେଳେ ବସନ୍ତଙ୍କ ପରିବାର ଲୋକେ ଏହାକୁ ଖଣ୍ଡନ କରିବାରୁ ଏବେ କେବଳ ବସନ୍ତଙ୍କ ମୋବାଇଲ୍ ଲୋକେସନ୍ ପୁଲିସ ପାଇଁ ବଳିଷ୍ଠ ପ୍ରମାଣ ବୋଲି କୁହାଯାଉଛି। ୧୭ ତାରିଖରେ ମାଲଗୋଦାମ ଥାନା ପୁଲିସ ମାମଲା ରୁଜୁ କରିଥିବା ବେଳେ ୧୮ ତାରିଖରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କଟକ ବଡ଼ ମେଡିକାଲରେ କରାଯାଇଥିଲା। ଆଜି ବସନ୍ତଙ୍କ ବୟାନ ରେକର୍ଡ କରାଯାଇଛି। ଏହି ରିପୋର୍ଟ ବି ପ୍ରକୃତ ଘଟଣା ସାମନାକୁ ଆଣିପାରିବ ବୋଲି କୁହାଯାଉଛି। କଲେଜ ଛକର ଉକ୍ତ ଘରୋଇ ହସପିଟାଲରୁ ଯେଉଁ ସିସି କ୍ୟାମେରା ଫୁଟେଜ୍ ପୁଲିସ ଜବତ କରିଛି, ଉକ୍ତ ଫୁଟେଜରେ ବସନ୍ତ ଓ ପୀଡ଼ିତାଙ୍କୁ ଠାବ କରିବା ପାଇଁ ପୁଲିସ ରସୁଲଗଡ଼ସ୍ଥିତ ଏସଏଫଏସଏଲର ସହାୟତା ଲୋଡିଛି। ଗଲା ୧୭ ତାରିଖ ଦିନ ପ୍ରାୟ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଉକ୍ତ ହସପିଟାଲକୁ ପୀଡ଼ିତା ଯାଇଥିବା ଦାବି କରୁଥିବାରୁ ହସପିଟାଲ କର୍ମଚାରୀଙ୍କୁ ପୁଲିସ ମାରାଥନ ଜେରା କରିଛି। ପ୍ରକୃତରେ ୧୭ ତାରିଖରେ କଣ ଘଟିଥିଲା, ସେ ନେଇ ପୁଲିସ ସେମାନଙ୍କୁ ପଚରାଉଚରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe