କର୍ପୋରେଟରମାନଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ରୁଦ୍ଧଦ୍ୱାର ବୈଠକ ଶେଷ

କର୍ପୋରେଟରମାନଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ରୁଦ୍ଧଦ୍ୱାର ବୈଠକ ଶେଷ

କଟକ: କାଉନ୍ସିଲ ବୈଠକ ପୂର୍ବରୁ ବିଜେଡି କର୍ପୋରେଟରମାନଙ୍କୁ ନେଇ ପ୍ରଣବ ପ୍ରକାଶ ଦାସ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। କଟକ ଗ୍ରାଣ୍ଡ ରେସିଡେନ୍ସିରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଦୀର୍ଘ ଦିନ ଧରି କଟକ ମହାନଗର ନିଗମରେ କାଉନ୍ସିଲ ବୈଠକ ଅନୁଷ୍ଠିତ ହୋଇ ପାରିନଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ତେବେ ଏହି ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆଜି ଏହି ବୈଠକ ଡାକିଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ।

ତେବେ ଏହି ବୈଠକରେ ସିଏମସି କାଉନ୍ସିଲ ବୈଠକ ସମ୍ବନ୍ଧୀୟ ସମେତ ହକି ବିଶ୍ୱକପ ଉତ୍ସବକୁ କିପରି ସୁରୁଖୁରୁରେ ଶେଷ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି। କମିଶନର ଓ କର୍ପୋରେଟରଙ୍କୁ ନେଇ ଯେଉଁ ବିବାଦ ଉପିଜିଥିଲା, ତାହା ମଧ୍ୟ ସମାଧାନ ହେବ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ। ଅନ୍ୟପଟେ ଆଜି କାଉନ୍ସିଲ ବୈଠକକୁ ସହଯୋଗ କରିବା ସହ ହକି ବିଶ୍ୱକପର ଉଦଘାଟନୀ ଉତ୍ସବକୁ ସଫଳ କରିବା  ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବୋଲି କହିଛନ୍ତି କର୍ପୋରେଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe