ସାବିତ୍ରୀ ପାଇଁ ସ୍ୱତନ୍ତ୍ର ‘ମୋ ଭାଇ’ ଆପ୍‌

୨୪ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ସାବିତ୍ରୀ ପୂଜା ସାମଗ୍ରୀ

ସାବିତ୍ରୀ ପାଇଁ ସ୍ୱତନ୍ତ୍ର ‘ମୋ ଭାଇ’ ଆପ୍‌

Sambad

କଟକ: ଆଉ ଦିନ କେଇଟାରେ ସାବିତ୍ରୀ ବ୍ରତ। ଲକଡାଉନ୍‌ ପାଇଁ ଏବେ ମହିଳାଙ୍କର ବଢ଼ିଛି ଚିନ୍ତା। ବନ୍ଦ ସମୟରେ କିଭଳି ସମସ୍ତ ଜିନିଷ ଆଣି ବ୍ରତ ପାଳନ କରିବେ, ଏବେ ସେହି ଚିନ୍ତାରେ ମହିଳାମାନେ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆସିଛି ସ୍ବତନ୍ତ୍ର ‘ମୋ ଭାଇ ଆପ୍‌’। ସାବିତ୍ରି ବ୍ରତରେ ନାରୀମାନେ ଘରେ ରହି ପାଇପାରିବେ ନିଜ ପୂଜା ପାଇ ଲୋଡ଼ାଥିବା ସମସ୍ତ ସାମଗ୍ରୀ। ଏହି ଆପ୍‌ ଆଣିଛନ୍ତି ଭୁବନେଶ୍ୱରର ଜ୍ୟୋତିରଂଜନ ସାହୁ। ସାବିତ୍ରୀ ପୂଜା ପାଇଁ ଯେପରି ମହିଳାମାନେ ସୁରୁଖୁରୁରେ କରିପାରିବେ ତାହାକୁ ନଜରରେ ରଖି ‘ମୋ ଭାଇ’ ଆପ୍‌ ମାଧ୍ୟମରେ ସେ ଭୁବନେଶ୍ୱରରେ, କଟକ ଓ ବାଲେଶ୍ଵରରେ ଏହି ସେବା ଯୋଗାଉଛନ୍ତି। ଆପ୍‌ ଦ୍ୱାରା ଜିନିଷ ଅର୍ଡର କରିବାର ୨୪ ଘଣ୍ଟାରେ ଘରେ ପହଞ୍ଚିବା ପୂଜା ସାମଗ୍ରୀ। ସହଜ‌ରେ ସାମଗ୍ରୀ ପହଞ୍ଚାଇବା ସହ ରୋଜଗାର ଯୋଗାଇବା ପାଇଁ ସୁବିଧା ଯୋଗାଇବା ସହ ୩୦ରୁ ଅଧିକ ପିଲାଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଜ୍ୟୋତିରଞ୍ଜନ।

ଭୁବନେଶ୍ୱର ନୟାପଲ୍ଲୀର ଲଷ୍ମୀଧର ସାହୁ ଓ ବାସନ୍ତୀ ସାହୁଙ୍କୁ ପୁଅ ଜ୍ୟୋତିରଞ୍ଜନଙ୍କ ବୟସ ୨୫। ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ର। ନିଜର ଏକ ଇଭେଣ୍ଟ୍‌ ମ୍ୟାନେଜମେ୍‌ଣ୍ଟ ସଂସ୍ଥା ଥିବା ବେଳେ ଆଜିକୁ ୪ ବର୍ଷ ହେବ ହଷ୍ଟେଲଗୁଡ଼ିକୁ ଅନ୍‌ଲାଇନ୍‌ ମାଧ୍ୟମରେ ଖାଦ୍ୟ ଯୋଗାଇ ଆସୁଛନ୍ତି। ଭୁବନେଶ୍ୱରର ନୟାପଲ୍ଲୀ, କଟକ କଲେଜ ସ୍କୋୟାର ଓ ବାଲେଶ୍ଵରର ଅତ୍ରାକବିରାଜ ରୋଡ୍‌ ମୋତିଗଞ୍ଜ୍‌ଠାରେ ତାଙ୍କର କାର୍ଯ୍ୟାଳୟ ରହିଛି।

publive-image Sambad

ଚଳିତବର୍ଷ ସାବିତ୍ରୀ ଵ୍ରତ ପାଇଁ ସେ ଆଣିଛନ୍ତି ଦୁଇଟି ପ୍ୟାକେଜ୍‌ ଯାହାର ଦର ରହିଛି ୫୦୦ ରୁ ୧୦୦୦ ଟଙ୍କା। ୫୦୦ ଟଙ୍କା ପ୍ୟାକେଜରେ ୫ ପ୍ରକାରର ଫଳ ଯଥା- ଆମ୍ବ ୧ କେଜି, ଅଙ୍ଗୁର ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି।

ଏହା ସହ ସାବିତ୍ରୀ ବ୍ରତ ପାଇଁ ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ଇତ୍ୟାଦି ରହିଛି। ସେହିପରି ୧୦୦୦ ଟଙ୍କା ପ୍ୟାକେଜରେ ୭ଟି ଭେରାଇଟିର ଫଳ ଯଥା- ଆମ୍ବ ୨ କେଜି, ଅଙ୍ଗୁର, କମଳା, ବେଦନା ଅଧ କେଜି, ନଡ଼ିଆ ୧ ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଏହାସହ ସାବିତ୍ରୀ ବ୍ରତ, ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା,  ସାବିତ୍ରୀ ବହି ରହିଛି। ୮ ତାରିଖ ଅର୍ଡରର ଶେଷ ଦିନ ରଖିଛନ୍ତି ସେ। ଅର୍ଡର କରିବାର ୨୪ ଘଣ୍ଟା ମଧ୍ୟରେ ଘରେ ପହଂଚିବ ସାମଗ୍ରୀ। ଏଥିପାଇଁ ଡେଲିଭରି ଚାର୍ଜ ୩୦ ଟଙ୍କା ରଖିଛନ୍ତି। ଅର୍ଡର କରିବା ପାଇଁ ୯୧୭୮୪୫୪୪୪୪ ନମ୍ବର ଅଥବା "http://www.mobhai.com" ରେ ମଧ ଅର୍ଡର କରିବାର ସୁବିଧା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe