କଟକ ରେଳ ଷ୍ଟେସନରେ ପଶିଗଲେ ଆତଙ୍କବାଦୀ!

Advertisment
କଟକ ରେଳ ଷ୍ଟେସନରେ ପଶିଗଲେ ଆତଙ୍କବାଦୀ!

Sambad

କଟକ: ଆଜି ଦିନ ପ୍ରାୟ ୧୨ଟା ୩୦। କଟକ ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୫ରେ ୩ଜଣ ସନ୍ଦିଗ୍ଧ ପଶିବାକୁ ଉଦ୍ୟମ କରିଥିଲେ। ଆରପିଏଫ୍‌ କର୍ମଚାରୀ ସେମାନଙ୍କୁ ଯାଞ୍ଚ କରିବାକୁ ଉଦ୍ୟମ କଲାବେଳେ ସମ୍ପୃକ୍ତ ସନ୍ଦିଗ୍ଧମାନେ ଗୁଳି ଚଳାଇବା ସହିତ ରେଳ ଷ୍ଟେସନ ଭିତରେ ପଶି ଯାଇଥିଲେ। ୧୨ଟା ୪୦ରେ ଆରପିଏଫ୍‌ ଏବଂ କୁଇକ୍‌ ରେସପନ୍ସ ଟିମ୍‌(କ୍ୟୁଆରଟି) ଆତଙ୍କବାଦୀ ଗୋଷ୍ଠୀଙ୍କୁ ରୋକିବାକୁ ଉଦ୍ୟମ କରିଥିଲେ। ପ୍ଲାଟଫର୍ମ ନଂ ୧ରେ ନୀଳାଚଳ ଏକ୍ସପ୍ରେସକୁ ଯାତ୍ରୀମାନେ ଅପେକ୍ଷା କରିଥିବାରୁ ଆତଙ୍କବାଦ ଗୋଷ୍ଠୀ ସେମାନଙ୍କ ଆଡ଼କୁ ଆସୁଥିଲେ। କିନ୍ତୁ ପ୍ଲାଟଫର୍ମ ନଂ ୫ରେ ଥିବା ପୁରୀ-କଟକ ପାସେଞ୍ଜର ଟ୍ରେନରେ ଯାତ୍ରୀ ଥିବା ଟ୍ରେନକୁ ହାଇଜାକ୍‌ କରି ନେଇଥିଲେ। ୧୨ଟା ୪୫ରେ ଜିଆରପି ଓ ଆରପିଏଫ୍‌ ପୁଲିସ ଷ୍ଟେସନରୁ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଖାଲି କରି ଦେଇଥିଲା। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ। ଦିନ ପ୍ରାୟ ୧୨ଟା ୫୦ ବେଳେ ଆତଙ୍କବାଦ ଗୋଷ୍ଠୀ ଯାତ୍ରୀଙ୍କୁ ଛାଡ଼ିବା ବଦଳରେ ପୁଲିସ ନିକଟରେ ଦାବି ରଖିଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ଏକ ପୁଲିସ ଟିମ୍‌ ସେମାନଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ କଲା।

publive-image Sambad

ଗୋଟାଏ ୧୩ ସମୟ‌ରେ ଆତଙ୍କବାଦୀ ଗୋଷ୍ଠୀଙ୍କ କୌଣସି ପ୍ରକାର ଦାବି ପୁରଣ ନକରି ଫୋର୍ସ ସହିତ ଷ୍ଟେସନ ଭିତରେ ପଶିବାକୁ ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହି ଅପରେସନ୍‌ ଦାୟିତ୍ବ ଏସଓଜିର ସ୍ପେଶାଲ ଟାକ୍ଟିକାଲ୍‌ ୟୁନିଟକୁ ହସ୍ତାନ୍ତର କରାଯାଇଥିଲା। ଗୋଟାଏ ୩୦ ସମୟ‌ରେ ଏସଓଜି ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଗୋଟାଏ ୪୦ ସମୟରେ ଡିସିପି ପ୍ରତୀକ ସିଂହ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗୋଟାଏ ୪୫ ସମୟରେରେ ଡିସିପି ଏବଂ ଏସଓଜିଙ୍କ ମଧ୍ୟରେ ଅପରେସନ୍‌ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଗୋଟାଏ ୫୫ ସମୟରେ ଏସଓଜି ଟିମ୍‌ ଅପରେସନ୍‌ ଆରମ୍ଭ କରିଥିଲା। ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଆତଙ୍କବାଦୀଙ୍କୁ ଗୁଳି ମାଡ଼ କରି ନିପାତ କରିଥିଲେ। ଦିନ ପ୍ରାୟ ୨ଟା ବେଳେ ଅପରେସନ୍‌ ଶେଷ ହୋଇଥିଲା। ଏହି ମକ୍‌ ଡ୍ରିଲରେ ଡିସିପି ପ୍ରତିକ ସିଂହଙ୍କ ସମେତ ଏସଓଜି କମାଣ୍ତାଣ୍ଟ, ରେଳବାଇ ଡିଏସପି ସ୍ମୃତି ରଞ୍ଜନ କର, ଏସିପି ଅମରେନ୍ଦ୍ର ପଣ୍ତା, ଆରପିଏଫ୍‌ ଆଇଆଇସି ପ୍ରବୀଣ କୁମାର, ମାଲଗୋଦାମ ଆଇଆଇସି ତୃପ୍ତି ରଞ୍ଜନ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe