ନଦୀପଠାରେ ଭିଣୋଇଙ୍କୁ ହତ୍ୟାକଲା ଶାଳକ

Advertisment
ନଦୀପଠାରେ ଭିଣୋଇଙ୍କୁ ହତ୍ୟାକଲା ଶାଳକ

photo by : dnaindia.com

କଟକ : ତୁଳସୀପୁର ତଅଁଳାସାହିରେ ରହୁଥିବା ଅଟୋ ଚାଳକ ବୁଲୁ ବିଶ୍ୱାଳ(୩୫)ଙ୍କୁ ଆଜି ମହାନଦୀ ପଠାରେ ନିଜ ଶାଳକ ମଠସାହିର ବସନ୍ତ ଗୁରୁ ଓରଫ ମୁନା ଗୋଡ଼େଇ ଗୋଡ଼େଇ ହତ୍ୟା କରିଛି। ଶାଳକ ମୁନା ନିଜ ଭିଣୋଇ ବୁଲୁଙ୍କ ଛାତିରେ ପାନ କଟା କଇଁଚି ଭୁସି ହତ୍ୟା କରିଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୁନାର ଏକ ପାନ ଦୋକାନରେ ଉତ୍ତ୍ୟକ୍ତ ଲୋକେ ପଶି ଭଙ୍ଗାରୁଜା କରିଛନ୍ତି। ଅଭିଯୁକ୍ତ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରପଦା ଅଞ୍ଚଳର ଏକାଦଶୀ ବିଶ୍ୱାଳଙ୍କ ପୁଅ ବୁଲୁ ନିଜ ସ୍ତ୍ରୀ ମିନା ଓ ଦୁଇ ପୁଅ-ଝିଅଙ୍କ ସହିତ ତୁଳସୀପୁର ତଅଁଳାସାହିରେ ଭଡ଼ା ନେଇ ରହୁଥିଲେ । ସେ ସହରରେ ଅଟୋ ଚଳାଇ ପରିବାର ପୋଷୁଥିଲେ । ଆଜି ସକାଳ ପ୍ରାୟ ୮ଟା ବେଳେ ସ୍ଥାନୀୟ ମଠସାହିସ୍ଥିତ ମହାନଦୀର ହାତୀଗ଼ଡ଼ା ତୁଠକୁ ବୁଲୁ ଗାଧୋଇବାକୁ ଯାଉଥିବା ବେଳେ ପଠା ନିକଟରେ ପାନ ଦୋକାନ ଦେଇଥିବା ତାଙ୍କ ଶାଳକ ମୁନା ସହିତ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏଥିରେ ମୁନା ଉତ୍ତ୍ୟକ୍ତ ହୋଇ ଭିଣୋଇ ବୁଲୁଙ୍କୁ ନଦୀ ପଠାରେ ଗୋଡ଼ାଇ ଗୋଡାଇ ପାନ କଟା କଇଁଚିରେ ଛାତିକୁ ଭୁସି ଦେଇଥିଲା। ସ୍ଥାନୀୟ ଲୋକେ ବୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁଳସୀପୁରରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe