ଜଗତପୁରରେ ମହିଳାଙ୍କୁ ହତ୍ୟା ସନ୍ଦେହ, ବସ ଟର୍ମିନାଲରୁ ମିଳିଲା ମୃତଶରୀର

Advertisment
ଜଗତପୁରରେ ମହିଳାଙ୍କୁ ହତ୍ୟା ସନ୍ଦେହ, ବସ ଟର୍ମିନାଲରୁ ମିଳିଲା ମୃତଶରୀର

www.google.com

କଟକ: ଜଗତପୁରରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହ ବସ ଟର୍ମିନାଲରୁ ମିଳିବା ପରେ ଏହି ଘଟଣାକୁ ନେଇ ଅଧିକ ଖୋଳତାଡ ଆରମ୍ଭ ହୋଇଛି। ମହିଳାଙ୍କ ମୃତଶରୀର ଉଦ୍ଧାର ହେବା ପରେ ତାଙ୍କ ସ୍ବାମୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଜଗତପୁର ପୁଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ପହଁଚି ଅନେକ ଗୁରତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ତେବେ ମହିଳାଙ୍କ ମୃତଶରୀରକୁ ଉଦ୍ଧାର କରିବା ପରେ ବ୍ୟବଛେଦ ପାଇଁ ଏସିବି ମେଡିକାଲକୁ ପଠାଯାଇଛି।

ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର କୁନି ସାହୁ ନାମକ ମହିଳା ଗତକାଲି ସନ୍ଧ୍ୟା ସମୟରେ ଘରୁ ବାହାରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ଅନେକ ଖୋଜାଖିଜି ପରେ ଥାନାରେ ଏତଲା ଦାୟର କରିଥିଲେ ପରିବାର ଲୋକକ। ତେବେ ପୁଲିସ ବହୁ ଖୋଜାଖିଜି କରିବା ପରେ ଆଜି ସକାଳୁ ଜଗତପୁରସ୍ଥିତ ବସ ଟର୍ମିନାଲ ନିକଟରୁ ତାଙ୍କର ମୃତଦେହ ଠାବ କରିଛି।

ଘଟଣାସ୍ଥଳରେ ପୁଲିସ ପହଁଚି ମୃତଦେହ କୁ ଉଦ୍ଧ‌ାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁନି ସାହୁଙ୍କୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ ମଦନ ସାହୁ। ଅନ୍ୟପଟେ ଜଗତପୁର ଥାନା ଏସିପିଙ୍କ କହିବାନୁସାରେ, ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳ ବୁଲି ଅନେକ ତଥ୍ୟ ହାସଲ କରିଛି।

ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ରହିଛି ଯେ ତାଙ୍କ ସ୍ତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଛି। ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳାଙ୍କ ଲୁଗାରେ ହିଁ ତାଙ୍କ ଗଳାକୁ ଚିପି ହତ୍ୟା କରଯାଇଛି। ତେବେ ବ୍ୟବଛେଦ ରିପୋର୍ଟ ହସ୍ତଗତ ହେଲା ପରେ ତମାମ ଦିଗ ଉପରୁ ପରଦା ଉଠି ପାରିବ ଓ ଦୋଷୀକୁ ଧରିବାରେ ସହଜ ହେବ ବୋଲି ଏସିପି ଅରୁଣ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe