ବରିଷ୍ଠ ନାଗରିକ ପଥଚାରୀଙ୍କ ପାଇଁ ଅସୁରକ୍ଷିତ ନୂଆବଜାର ଓଭରବ୍ରିଜ୍‌, ଗ୍ୟାସ୍‌ ପାଇପ୍ ୱେଲ୍‌ଡିଂ ପାଇଁ ଭାଙ୍ଗି ଦେଲେ ଫୁଟ୍‌ପାଥ୍

Advertisment
ବରିଷ୍ଠ ନାଗରିକ ପଥଚାରୀଙ୍କ ପାଇଁ ଅସୁରକ୍ଷିତ ନୂଆବଜାର ଓଭରବ୍ରିଜ୍‌, ଗ୍ୟାସ୍‌ ପାଇପ୍ ୱେଲ୍‌ଡିଂ ପାଇଁ ଭାଙ୍ଗି ଦେଲେ ଫୁଟ୍‌ପାଥ୍

Sambad

ବିଦ୍ୟାଧରପୁର: ୨୦୧୪ ମସିହାରେ ୩୮ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିଲା ନୂଆ ବଜାର ଓଭରବ୍ରିଜ। ଓଭରବ୍ରିଜ ଦୁଇ ପାର୍ଶ୍ଵରେ ପଥଚାରୀଙ୍କ ପାଇଁ ଟାଇଲ୍ ବିଛାଇ ଫୁଟ୍ ପାଥ ନିର୍ମାଣ ହୋଇଥିଲା। ଏହି ଫୁଟପାଥରେ ଦୈନିକ ଶହଶହ ଲୋକମାନେ ମର୍ଣ୍ଣିଂ ଓ ଇଭିନିଂ ୱାକ୍ କରନ୍ତି। କିନ୍ତୁ ଗ୍ୟାସ ପାଇପ୍ ସଂଯୋଗ ପାଇଁ ବେପରୱା କାମରେ ଠିକାଦାର ଏବେ ଏହି ଫୁଟପାଥକୁ ଅଧିକାଂଶ ସ୍ଥାନରେ ଭାଙ୍ଗିରୁଜି ଦେଇଥିବା ବେଳେ ଏହା ଏବେ ପଥଚାରୀଙ୍କ ପାଇଁ ବିପଦସଂକୁଳ ସ୍ଥିତି ସୃଷ୍ଟି କରିଛି। ଏଥିରେ ଚାଲିଚାଲି ଯାଉଥିବା ବରିଷ୍ଠ ନାଗରିକ ଓ ମହିଳା ମାନେ ଅଧିକାଂଶ ସମୟରେ ଝୁଣ୍ଟି ଖଣ୍ଡିଆ ଖାବରା ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବାଞ୍ଚଳ ବରିଷ୍ଠ ନାଗରିକ ସଂଘ ସଂପାଦକ ଅଗଣି ଚରଣ ନାୟକ, ସଂଗଠନ ସଂପାଦକ ହୃଦାନନ୍ଦ ପଟ୍ଟନାୟକ, ସମାଜସେବୀ ମୃତ୍ୟୁଞ୍ଜୟ ପାତ୍ର ପ୍ରମୁଖ। କଟକ ସହରରେ ଗ୍ୟାସ ପାଇପ୍ ବିଛାଇବାକୁ ନେଇଥିବା ଠିକାଦାର ୨୦ ଫୁଟିଆ ଲୁହା ପାଇପ୍ ଓଭରବ୍ରିଜକୁ ଆଣି ତାକୁ ୱେଲଡି° କରି ଫୁଟପାଥ ଓ ବ୍ରିଜ ରାସ୍ତା ଭାଙ୍ଗି ଖଣ୍ଡିଆ ଖାବରା କରି ପଳାଇ ଯାଇଛି।

ଓଭରବ୍ରିଜ ଉପରେ ଅଳିଆ ଆବର୍ଜନା ଗଦା ହୋଇ ରହିଥିଲେ ବି ତାହା ଉଠାଯାଉନି। ଏ ସଂପର୍କରେ ପୂର୍ତ୍ତବିଭାଗ-୨ ନିର୍ବାହୀ ଯନ୍ତ୍ରୀ ଅନୁପ ବେହେରା କହିଛନ୍ତି ଯେ ଘଟଣା ସଂପର୍କରେ ସେ ଅବଗତ ଅଛନ୍ତି। କିନ୍ତୁ ତାଙ୍କ ଠାରୁ ଅନୁମତି ନନେଇ ଠିକାଦାର ସେଠାରେ ଲୁହା ପାଇପ୍ ଯୋଡେଇ କରୁଥିଲେ। ପରେ ଭାଙ୍ଗି ଯାଇଥିବା ଫୁଟପାଥ ଓ ରାସ୍ତା ସଜାଡି ଦେବେ ବୋଲି କହିଥିଲେ। ଲୋକଙ୍କ ପାଇଁ କାମ ହେଉଥିବାରୁ ତାଙ୍କୁ ବିରୋଧ କରାଯାଇ ନଥିଲା ବୋଲି ଯନ୍ତ୍ରୀ କହିଛନ୍ତି। କିନ୍ତୁ କାମ ସରିବାର ଏତେ ଦିନ ପରେ ବି ଫୁଟପାଥ ମରାମତି ହୋଇ ନଥିବା ବେଳେ ଏ ଦିଗରେ ଯନ୍ତ୍ରୀ କାହିଁକି ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଉ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe