Sambad
କଟକ: ବାରବାଟୀ ଷ୍ଟାଡିୟମ ଇତିହାସରେ ଜୁନ୍ ୧୨ ତାରିଖରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଦିନ ବାରବାଟୀର ତୃତୀୟ ଆନ୍ତର୍ଜାତିକ ଟି-୨୦ ହେବାକୁ ଯାଉଥିଲାବେଳେ ଏକାଧିକ ନୂଆ ଘଟଣା ଦେଖିବାକୁ ମିଳିବ। ଏହି ମ୍ୟାଚ ପାଇଁ ନୂଆ ପଡ଼ିଆ ପ୍ରସ୍ତୁତ କରାଯାଇଥିଲାବେଳେ ପ୍ରଥମ ଥର ଏଲ୍ଇଡି ଫ୍ଲଡ୍ଲାଇଟ୍ରେ ମ୍ୟାଚ ଖେଳାଯିବ। ଏହାବାଦ୍ ଓସିଏ କାର୍ଯ୍ୟାଳୟର ରୂପରେଖ ବଦଳାଯାଉଥିଲା ବେଳେ ଖେଳାଳିଙ୍କ ଡ୍ରେସି˚ ରୁମ୍କୁ ମଧ୍ୟ ନୂଆରୂପ ଦିଆଯାଉଛି। ଷ୍ଟାଡିୟମରେ ପ୍ରଥମ ଥର ମାଟି ଉଠାଯାଇ ବାଲିର ଚାଦର ବିଛାଯାଇଛି। ଯାହାଫଳରେ ମ୍ୟାଚ ପୂର୍ବରୁ କିମ୍ବା ଖେଳ ଚାଲିଥିବା ସମୟରେ ପ୍ରବଳ ବର୍ଷା ହେଲେ ବି ଅଳ୍ପ କିଛି ସମୟ ମଧ୍ୟରେ ଖେଳ ପୁଣି ଆରମ୍ଭ ହୋଇପାରିବ। ଯଦିଓ ପଡ଼ିଆ କାମ ଚାଲିଥିବାବେଳେ ଏହି ନୂଆ ପଦ୍ଧତ୍ତିକୁ କେତେକ ଗ୍ରହଣ କରିପାରୁନଥିଲେ, କିନ୍ତୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଓ ଭାରତର ଅନ୍ୟାନ୍ୟ ପ୍ରମୁଖ ଷ୍ଟାଡିୟମରେ ଏହିଭଳି ଢଙ୍ଗରେ ପଡ଼ିଆ ପ୍ରସ୍ତୁତ କରାଯାଇଥିବାରୁ ଓସିଏ କର୍ମକର୍ତ୍ତାମାନେ ସମସ୍ତଙ୍କୁ ମନାଇବାରେ ସଫଳ ହୋଇଥିଲେ। ପଡ଼ିଆର ସ୍ଥାୟିତ୍ବ ପରୀକ୍ଷା କରିବା ପାଇଁ ଏଠାରେ କିଛି ଅଭ୍ୟାସ ମ୍ୟାଚ ଖେଳାଯାଇଥିଲାବେଳେ ରଣଜୀ ଟ୍ରଫିର କିଛି ମ୍ୟାଚ ଏଠାରେ ଖେଳାଯାଇଛି। ଫଳାଫଳ ମଧ୍ୟ ସକରାତ୍ମକ ରହିଛି। ତେଣୁ ନୂଆ ପଡ଼ିଆରେ ପ୍ରଥମ ଥର ଖେଳାଯିବାକୁ ଥିବା ଆନ୍ତର୍ଜାତିକ ମ୍ୟାଚରେ ସ˚ଗ୍ରହ ହେବାକୁ ଥିବା ପ୍ରତ୍ୟେକ ରନ୍ ଗୁରୁତ୍ବପୂର୍ଣ୍ଣ ରହିବ। ଅନ୍ୟପକ୍ଷରେ ଷ୍ଟାଡିୟମରେ ପୂର୍ବରୁ ଲାଗିଥିବା ଫ୍ଲଡଲାଇଟ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହେବାରୁ ୨୦୧୯ରେ ଭାରତ-େଵଷ୍ଟଇଣ୍ତିଜ ଦିନିକିଆ ମ୍ୟାଚ ପୂର୍ବରୁ ବଦଳା ଯାଇଥିଲା। କିନ୍ତୁ ଏହାଦ୍ବାରା ଅଧିକ ବିଜୁଳି ବ୍ୟବହାର ହେଉଥିଲା। ତେଣୁ ଖର୍ଚ୍ଚ କମ୍ କରିବା ଏବ˚ ଅଧିକ ଆଲୋକ ବ୍ୟବସ୍ଥା ପାଇଁ ଏଲ୍ଇଡି ଲାଇଟ୍ ଲଗାଯିବାକୁ ଚିନ୍ତା କରାଯାଇଥିଲା। ଫିଲିପ୍ସ କମ୍ପାନି ପକ୍ଷରୁ ନୂଆ ଲାଇଟ୍ ଲଗାଯିବା ପରେ ବାରବାଟୀକୁ ନୂଆ ଆଲୋକ ବ୍ୟବସ୍ଥା ମିଳିପାରିଛି। ମ୍ୟାଚ ସମୟରେ କେତେ ଆଲୋକର ଆବଶ୍ୟକତା ରହିବ, ସେହି ଅନୁସାରେ ଆଲୋକର ପରିମାଣକୁ କମ୍ ବେଶି କରିହେବ। ଯେଉଁଥିପାଇଁ ଓସିଏ ପକ୍ଷରୁ ନିୟମିତ ବ୍ୟବଧାନରେ ଫ୍ଲଡ୍ଲାଇଟ୍ର ପରୀକ୍ଷା କରାଯାଉଛି।
ସ˚ପାଦକ ସ˚ଜୟ ବେହେରାଙ୍କ ନେତୃତ୍ବାଧୀନ ଓସିଏ କର୍ମକର୍ତ୍ତାମାନଙ୍କର ଏହା ହେଉଛି ପ୍ରଥମ ପାଳି। ଏହି ପାଳି ଚଳିତ ବର୍ଷ ଶେଷ ହେଉଥିବାରୁ ଓସିଏ କାର୍ଯ୍ୟାଳୟରେ ମଧ୍ୟ କିଛି ପରିବର୍ତ୍ତନ କରାଯାଉଛି। ଯାହାକି ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ହୋଇପାରିବ। ଏଥିପୂର୍ବରୁ ୨୦୧୯ ଆନ୍ତର୍ଜାତିକ ଦିନିକିଆ ସମୟରେ କ୍ଲକ ଟାଵାରକୁ ନୂଆ ରୂପ ଦିଆଯାଇଥିଲା। ଏବେ ଓସିଏ କାର୍ଯ୍ୟାଳୟ ସହିତ ଖେଳାଳିଙ୍କ ଡ୍ରେସି˚ ରୁମ୍କୁ ନବୀକରଣ କରାଯାଉଛି। ପୂର୍ବରୁ ଅସୁରକ୍ଷିତ ଘୋଷଣା ହୋଇଥିବା ୭ନମ୍ବର ଗ୍ୟାଲେରିର ମରାମତି କରାଯାଇଥିବାରୁ ଏଥର ପାଖାପାଖି ୫ହଜାର ଅଧିକ ଦର୍ଶକ ମ୍ୟାଚ ଉପଭୋଗ କରିପାରିବେ। ମ୍ୟାଚ ଆୟୋଜନ ପାଇଁ ହାତରେ ଆଉ ମାସେରୁ କମ୍ ସମୟ ଥିବାରୁ ଓସିଏ କର୍ମଚାରୀଙ୍କୁ ବି ଫୁରସତ ନାହିଁ। ତେବେ ସରକାରଙ୍କ ସହିତ ଆଲୋଚନା ପରେ ଅନ୍ୟ ଔପଚାରିକତା ଆରମ୍ଭ ହେବ ବୋଲି ସମ୍ପାଦକ ସ˚ଜୟ ବେହେରା ମତ ଦେଇଛନ୍ତି। କ୍ରୀଡ଼ାପ୍ରେମୀମାନେ କିଭଳି ଶୃଙ୍ଖଳିତ ଭାବେ ଖେଳ ଉପଭୋଗ କରି ପାରିବେ ସେଥିପାଇଁ ସବୁପ୍ରକାର ଉଦ୍ୟମ କରାଯାଉଥିବା ସ˚ଜୟ କହିଛନ୍ତି।
Follow Us