ଯୋବ୍ରା ସଂଗ୍ରହାଳୟରେ ମିଳିବ ମହାସାଗର ଗଭୀରତାର ଅନୁଭୂତି, ୧ କୋଟି ୯୯ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ନୂଆ ଆକ୍ବାରିୟମ୍‌

Advertisment
ଯୋବ୍ରା ସଂଗ୍ରହାଳୟରେ ମିଳିବ ମହାସାଗର ଗଭୀରତାର ଅନୁଭୂତି, ୧ କୋଟି ୯୯ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ନୂଆ ଆକ୍ବାରିୟମ୍‌

IndiaMART

କଟକ: ଅନ୍ଧକାର ମଧ୍ୟରେ ଆପଣଙ୍କ ଆଡକୁ ମାଡି ଆସିବ ମହାସାଗରର ଏକ ବିରାଟ ସାର୍କ। ଠିକ ଏତିକି ବେଳେ ଆପଣଙ୍କ ପାର୍ଶ୍ବ ଦେଇ ଚାଲିଯିବ ଏକ ବିଶାଳକାୟ ଅକ୍ଟୋପସ୍‌। ଏଭଳି କିଛି ରୋଚକ ଓ ଭୟଙ୍କର ଅନୁଭବ ଆପଣଙ୍କ ଚାରିପାଖରେ ଘଟୁଥିବା ସମୟରେ ଆପଣଙ୍କୁ ଆଗକୁ ବଢିବାକୁ ହେବ। ଏଭଳି ମହାସାଗରର ଅଜ୍ଞାତ ଗଭୀରତାର ଅନୁଭୂତି ଏବେ ସହରବାସୀଙ୍କୁ ଯୋବ୍ରାସ୍ଥିତ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ମଳିବ।

ଏହାସହ ଏଠାରେ ‘ଭୁଲ୍‌-ଭୁଲେୟାଁ’, ନୂଆ ଆକ୍ବାରିଅମ୍‌ର ମଜା ସହରବାସୀ ନେବା ସହିତ ‘ଇଣ୍ଡୋନେସିଆ ଗ୍ୟାଲେରି’ ବୁଲି ଦେଖିବାର ସୁଯୋଗ ପାଇ ପାରିବେ। ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟରେ ଲୋକଙ୍କ ମନୋରଂଜନ ପାଇଁ ନିର୍ମାଣ ହୋଇଛି ‘ମହାସାଗରର ରହସ୍ୟ’ ଘର, ‘ଭୁଲ୍‌-ଭୁଲେୟାଁ’’ ବା ଦର୍ପଣର ଚମତ୍କାର ବିଷୟ।

‘ମହାସାଗରର ରହସ୍ୟ’ରେ ଏକ ଅନ୍ଧକାର ଘର ମଧ୍ୟରେ ଅପ୍ଟିକାଲ ଇଲୁଜନ୍‌ ପିକଚ୍‌ର ମାଧ୍ୟମରେ ଲୋକେ ସମୁଦ୍ରର ଗଭୀରତମ ବିଷୟର ରୋମାଞ୍ଚକ ଅନୁଭୂତି ନେଇ ପାରିବେ। ସେହିପରି ଏହା ନିକଟରେ ନିର୍ମାଣ ହୋଇଥିବା ‘ଭୁଲ୍‌-ଭୁଲେୟାଁ’ ବା ଦର୍ପଣର ଚମତ୍କାର ମଧ୍ୟରେ ସହରବାସୀ ହଜିଯିବେ। ଏହା ଭିତରକୁ ଥରେ ପଶିଗଲେ ନିଜ ପ୍ରତିବିମ୍ବ ଛଡା ଆଉ କିଛି ଦେଖିବାକୁ ମିଳିବ ନାହିଁ।  ଭୁଲ୍‌-ଭୁଲେୟାଁରେ ଥରେ ପ୍ରବେଶ କଲେ ଏଠାରୁ ବା‌ହାରିବା ପାଇଁ ବୁଦ୍ଧି ଖଟାଇବାକୁ ପଡିବ। ‘ମହାସାଗର ରହସ୍ୟ’ ଓ ‘ଭୁଲ୍‌-ଭୁଲେୟାଁ’ ପାଇଁ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଅନ୍ୟପଟେ ‌ଯୋବ୍ରା ସଂଗ୍ରହାଳୟରେ ଆଉ ଏକ ନୂଆ ଆକ୍ବାରିଅମ୍‌ର ନିର୍ମାଣ ହୋଇଛି। ଯେଉଁଠାରେ ୧୧ଟି କୁଣ୍ଡରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ମାଛଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ମାଣ ପାଇଁ ୧ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବରୁ ସଂଗ୍ରହାଳୟରେ ୨୦୧୪ରୁ ଏକ ଆକ୍ବାରିୟମ ରହିଛି। ଏହି ସମସ୍ତର ନିଆରା ଅନୁଭୂତି ନେବା ପାଇଁ ଲୋକଙ୍କୁ ଟିକ୍‌ଟ କିଣିବାକୁ ପଡିବ।

ସେହିପରି ସଂଗ୍ରହାଳୟରେ ଏକ ‘ଇଣ୍ଡୋନେସିଆ’ ଗ୍ୟାଲେରିର ନିର୍ମାଣ ଚାଲିଛି। ଏଥିରେ ଇଣ୍ଡୋନେସିଆ‌ ଦେଶର ବାଦ୍ୟ ଯନ୍ତ୍ର, ପୋଷାକ, ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସହିତ ଅନେକ କିଛି ବିଷୟ ରହିବ। ଯାହା ଇଣ୍ଡୋନେସିଆ ଦେଶବାସୀଙ୍କ ଜୀବନର ବିଭିନ୍ନ ବିଷୟ ଉପରେ ସୂଚନା ଦେବ। ସଂଗ୍ରାହଳୟରେ ମୋଟ ୨ କୋଟି ୫୪ ଲକ୍ଷ ଟଙ୍କାରେ ବିଭିନ୍ନ ବିଷୟ ନିର୍ମାଣ ହୋଇଛି। ଯାହା ସାଧାରଣ ଲୋକଙ୍କୁ ନୌବାଣିଜ୍ୟ ସଂଗ୍ରହାଳୟ ପ୍ରତି ଅଧିକ ଆକୃଷ୍ଟ କରିବ। ଖୁବଶୀଘ୍ର ସେଗୁଡିକୁ ଉଦ୍‌ଘାଟନ କରି ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ବୋଲି ମହାନଦୀ ସାଉଥ୍‌ ଡିଭିଜନ୍‌-୧ର ଅଧୀକ୍ଷଣ ଯନ୍ତ୍ରୀ ଇଂଜିନିୟର ରାଜେଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe