କଟକ ମହାନଦୀ କୂଳରେ ୪୦୦ ଏକର ଜମି ଉପରେ ସିଡିଏ ଭଳି ହେବ ନୂଆ ଯୋଜନା: ପ୍ରତାପ ଜେନା

Advertisment
କଟକ ମହାନଦୀ କୂଳରେ ୪୦୦ ଏକର ଜମି ଉପରେ ସିଡିଏ ଭଳି ହେବ ନୂଆ ଯୋଜନା: ପ୍ରତାପ ଜେନା

ଭୁବନେଶ୍ୱର: କଟକସ୍ଥିତ ମହାନଦୀ ପଠାର ଡାହାଣ ପାର୍ଶ୍ୱରେ ବାଲିଯାତ୍ରା ପଡ଼ିଆ ନିକଟରେ ୪୦୦ରୁ ଊର୍ଦ୍ଧ୍ୱ ଏକର ଜମି ଉପରେ ସିଡିଏ ଭଳି ଏକ ପ୍ରକଳ୍ପ ଗଢ଼ାଯିବ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ମହାନଦୀ ପଠାରୁ ଡ୍ରେଜିଂ ହୋଇ ଉଠୁଥିବା ବାଲି ଜମା ହେବା ପରେ ବାଲିଯାତ୍ରା ପଡ଼ିଆଠାରୁ  ହାଡ଼ିଆପଠା ମଧ୍ୟରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଏକର ଜାଗା ବର୍ତ୍ତମାନ ବାହାରୁଛି। ଏବେ ଏହି ଅଂଚଳର ସମନ୍ଵିତ ବିକାଶ ଳାଗି ଯୋଜନା କରାଯିବ। ନଗର ଉନ୍ନୟନ ମନ୍ତ୍ରୀ ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇ କହିଛନ୍ତି ସରକାରଙ୍କ ଯୋଜନା ଅନୁସାରେ ଏହି ନୂତନ ବିସ୍ତୃତ ଜମିରେ ସିଡିଏ ଭଳି ଏକ ନୂତନ ନିର୍ମାଣ କରାଯିବ।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହି ନୂତନ ପ୍ରକଳ୍ପ ଅଂଚଳରେ ନିୟମିତ ଭାବେ ଯେପରି କନ୍‌ଭେନ୍‌ସନ୍‌ ଓ କନ୍‌ଫରେନ୍ସ ହୋଇପାରିବ ସେଥିଲାଗି ବ୍ୟବସ୍ଥା କରାଯିବ। ନୂତନ ପ୍ରକଳ୍ପରେ  ସ୍ପୋର୍ଟସ କଂପ୍ଳେକ୍ସ ଓ ଓ୍ଵାଟର ସ୍ପୋର୍ଟସ କଂପ୍ଳେକ୍ସ ନିର୍ମାଣ ହେବ। ପର୍ଯ୍ୟଟନ ବିଭାଗର ସହାୟତାରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରକଳ୍ପ କରାଯିବ। ଏଥିସହ ଗୃହ ଓ ଅଫିସ କଂପ୍ଳେକ୍ସ ଲାଗି କିଛି ସ୍ଥାନ ରହିବ। ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ୍‌ ମଧ୍ୟ ଏଠାରେ ନିର୍ମାଣ ହୋଇପାରେ। ଏସବୁ କଥାକୁ ଦୃଷ୍ଟିରେ ରଖି ଏକ ଯୋଜନା ପ୍ରସ୍ତୁତ କରାଯିବ।

ଏସବୁ କାର୍ଯ୍ୟ ଏନ୍‌ଜିଟି ଗାଇଡଲାଇନ୍ ଅନୁସାରେ କରାଯିବ। ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେବେ। କଟକ ସହରରେ ସିଡିଏ ଭଳି ଆଉ ଏକ ନୂଆ ସ୍ଥାନ ବାହାରିବ, ଯେଉଁଠାରେ କଟକ ସହରବାସୀଙ୍କ ପାଇଁ ମଧ୍ୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe