Sambad
କଟକ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଗୀତ। ଗୀତ ମାଧ୍ୟମରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କଣ୍ଠଶିଳ୍ପୀ ସରୋଜ ଜେନା। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କ ଉଦ୍ଦେଶ୍ୟରେ କଟକ କଲ୍ୟାଣନଗର ଠାରେ ଥିବା ଗୋଲଡେନ୍ ଇଗଲ୍ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ ହୋଇଛି। ‘ଓଡ଼ିଶାର ଘରେ ଘରେ ଖୁସିର ଲହରୀ, ଦିଲ୍ଲୀ ଦରବାରେ ଆଜି ମୟୁରଭଞ୍ଜ ନାରୀ... ଭାରି ବଢିଆ ମୋଦୀଙ୍କ ନୀତି, ଓଡିଶାରୁ ବାଛିନେଲେ ଉପଯୁକ୍ତ ପ୍ରାର୍ଥୀ....ଦ୍ରୌପଦୀ ମୁର୍ମୁ ହେବେ ଆମ ରାଷ୍ଟ୍ରପତି’। ଗୀତିକାର ବିଭୂତି ସ୍ବାଇଁ ଏହି ଗୀତ ଲେଖିଥିବା ବେଳେ ସ୍ବରରେ ସଜାଇଛନ୍ତି ମାନସ କୁମାର।
Sambadଗୀତଟିର ପ୍ରଯୋଜନା ରତିକାନ୍ତ ଦାସ ଓ ଅଶୋକ ନାୟକ ଦେଇଥିବା ବେଳେ ସାଉଣ୍ତ ଇଞ୍ଜିନିୟର ଭାବେ ରହିଛନ୍ତି ଶ୍ରୀକାନ୍ତ କୁମାର। ଗୋଲଡେନ ଇଗଲ ପ୍ରଡକ୍ସନ ହାଉସରେ ଆସନ୍ତାକାଲି ଗୋଲଡେନ ଇଗଲ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ରିଲଜ ହେବାକୁ ଯାଉଛି। କଣ୍ଠଶିଳ୍ପୀ ସରୋଜ ଜେନା କହିଛନ୍ତି ଯେ ଜଣେ ଆଦିବାସୀ ମହିଳା ଓଡିଶାର ସ୍ବାଭିମାନ ପାଇଁ କାମ କରି ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ। ପୂର୍ବରୁ ମଧ୍ୟ ଏକ ସତ୍ସଙ୍ଗ ଗୀତ ଦ୍ରୌପଦୀ ମୁର୍ମୁଙ୍କୁ ଗାଇ ଶୁଣାଇଥିଲି। ସେହି ଗୀତକୁ ସେ ବହୁତ ପ୍ରଂଶସା କରିଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇବାକୁ ଏହି ଗୀତ ଗାଇଛି ବୋଲି ଶ୍ରୀ ଜେନା କହିଛନ୍ତି।
Follow Us