ThePrint
କଟକ: ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି ଯେ ଡ୍ରୋନ କିଣିବା ପାଇଁ ଅର୍ଥରାଶି ଅନୁମୋଦନ ପାଇଁ ରାଜସ୍ବ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଛି। ଜାନୁଆରି ୧୬ ତାରିଖରେ ମାମଲାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଆବେଦନକାରୀ ଡ୍ରୋନ ଦ୍ଵାରା ବେଆଇନ୍ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିହେବ ବୋଲି ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
Follow Us