ଏସ୍‌ସିବିକୁ ଆସିଲା ୯ଟି ଏକ୍‌ମୋ, କୋଲକାତା ଓ ଦିଲ୍ଲୀରୁ ଆସିଲେ ବୈଷୟିକ ଟିମ୍‌

Advertisment
ଦୋକାନୀଙ୍କୁ ଗୁଳିମାଡ଼ : ଅବସ୍ଥା ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

scbmch.nic.in

କଟକ: ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ପାଇଁ ସବୁ ଏକ୍‌ମୋ ଏବେ ପହଞ୍ଚି ସାରିଛି। ମଙ୍ଗଳବାର ସୁଦ୍ଧା ୫ଏକ୍‌ମୋ ଆସିଥିବାବେଳେ ବୁଧବାର ବାକିଥିବା ୪ଏକ୍‌ମୋ ଆସି ପହଞ୍ଚିବା ପରେ ଏକ୍‌ମୋ ସଂଖ୍ୟା ୯ରେ ପହଞ୍ଚିଛି। ଏପରିକି ଏହାର ଇନ୍‌ଷ୍ଟଲେସନ୍‌ ପ୍ରକ୍ରିୟା ପାଇଁ କୋଲକାତା ଓ ଦିଲ୍ଲୀରୁ ବୈଷୟିକ୍ ଟିମ୍‌ ମଧ୍ୟ ଏସ୍‌ସିବିରେ ପହଞ୍ଚି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟର ଏକ୍‌ମୋ ହବ୍‌ ଏସ୍‌ସିବିରେ ୯ଟି ଏକ୍‌ମୋକୁ ମୁଖ୍ୟମନ୍ତ୍ରୀ ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବେ।

ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୯ଜଣିଆ ଟିମ୍‌ କୋଲକାତା ତାଲିମ ପାଇଁ ଯାଇଥିବାବେଳେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏକମୋ ପାଇଁ ଏସ୍‌ସିବି ଦୃଦ୍‌ରୋଗ ବିଭାଗ କୋଠାରେ କାର୍ଡିଓଥୋରାସିସ୍‌ ବିଭ‌ାଗର ଆଇସିୟୁ ପାଖରେ ଓ ୩ଟି ମେସିନ୍‌ କୋଠାର ଗ୍ରାଉଣ୍ଡ ଫ୍ଲୋରରେ ରହିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe