ଏସ୍‌ସିବିରେ ଏକ୍‌ମୋ ସମୀକ୍ଷା, ଆଜିଠୁ ତାଲିମରେ ଯିବେ ୯ଜଣ ବରିଷ୍ଠ ଡାକ୍ତର

Advertisment
ଏସ୍‌ସିବିରେ ଏକ୍‌ମୋ ସମୀକ୍ଷା, ଆଜିଠୁ ତାଲିମରେ ଯିବେ ୯ଜଣ ବରିଷ୍ଠ ଡାକ୍ତର

scbmch.nic.in

କଟକ: ଏସ୍‌ସିବି ହେବ ଏକ୍‌ମୋ ହବ୍‌। ତେବେ ଏହାର କାର୍ଯ୍ୟଧାରା କେତେ ବାଟ ଆଗେଇଛି ଓ କଣ କଣ କରାଯିବ ସେ ସଂପର୍କରେ ଭୁବନେଶ୍ବରରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମୀକ୍ଷା କରିଛନ୍ତି। ତାଙ୍କ ନେତୃତ୍ବରେ  ଓଏସ୍‌ଏମ୍‌ସିଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଯାମିନୀ ଷଡଙ୍ଗୀ, ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।  ଏଥିପାଇଁ ଯାହା କିଛି ଆବଶ୍ୟକତା ରହିଛି ଓ ଭିତ୍ତିଭୂମି ଆବଶ୍ୟକ ସେସବୁକୁ ତୁରନ୍ତ ପୂରଣ କରିବା ପାଇଁ  ଅତିରିକ୍ତ ମୁଖ୍ୟଶାସନ ସଚିବ ଓଏସ୍‌ଏମ୍‌ସିଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାରଠାରୁ ପ୍ରଥମ ପର୍ଯ୍ୟାୟରେ ୯ଜଣ ଡାକ୍ତର ଓ କର୍ମଚାରୀ ଏକ୍‌ମୋ ୟୁନିଟ୍‌ ପାଇଁ ସାତ ଦିନିଆ ତାଲିମରେ କୋଲକାତା ଯିବେ ବୋଲି ଜଣାପଡିଛି।

ଯେଉଁଥିରେ ୨ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୩ଜଣ ପରଫ୍ୟୁଜିନିଷ୍ଟ ଓ ୪ଜଣ ଷ୍ଟାଫ୍‌ନର୍ସ ରହିଛନ୍ତି। ଏସ୍‌ସିବିକୁ ୩ଟି ଏକ୍‌ମୋ ଆସିଥିବା ବେଳେ ଆସନ୍ତା ସପ୍ତାହରେ ସେଗୁଡିକର ଇନ୍‌ଷ୍ଟଲେସନ୍‌ କରାଯିବ ବୋଲି ସୂଚନା ମିଳିଛି। ଆଜିର ଏହି ଏକ୍‌ମୋ ୟୁନିଟ୍‌କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଡିଏମ୍‌ଇଟି ଡାକ୍ତର ଉମାକାନ୍ତ ଶତପଥୀ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ସିଡିଭିଏସ୍‌ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe