ଏସ୍‌ସିବିରେ ଆରମ୍ଭ ହେଲା ୨୪ଘଣ୍ଟିଆ ନିରାମୟ କେନ୍ଦ୍ର

ଏସ୍‌ସିବିରେ କାଡାଭରିକ୍‌ ପ୍ରତିରୋପଣ

Worldorgs.com

କଟକ: କଟକ ବଡ଼ ଡାକ୍ତରଖାନାରେ ଖୋଲିଲା ପୁଣି ଏକ ୨୪ ଘଣ୍ଟିଆ ନିରାମୟ କେନ୍ଦ୍ର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) କାଉଣ୍ଟର୍‌ ଯେଉଁଠାରେ ଥିଲା ସେଠାରେ ଏହି ନିରାମୟ କେନ୍ଦ୍ର ଖୋଲାଯାଇଛି। ପୂର୍ବରୁ ଗୋଟିଏ ୨୪ଘଣ୍ଟିଆ କେନ୍ଦ୍ର ଥିବା ବେଳେ ଏବେ ଏହି କେନ୍ଦ୍ର ଖୋଲିବା ପରେ ରୋଗୀ ସଂପର୍କୀୟଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ହେବା ସମସ୍ୟାରୁ କିଛିଟା ମୁକ୍ତି ମିଳିବ ବୋଲି ଆଶା କରାଯାଉଛି। ପୂର୍ବରୁ କାଜୁଆଲିଟି ସମ୍ମୁଖରେ ଏକ ୨୪ଘଣ୍ଟିଆ ନିରାମୟ କେନ୍ଦ୍ର ରହିଛି। ଏତଦ୍‌ବ୍ୟତୀତ ମେଡିକାଲର ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ, ହୃଦରୋଗ ବିଭାଗ ଓ ଆଉଟଡୋର୍‌ରେ ଗୋଟିଏ ଲେଖାଏ ନିରାୟମ କେନ୍ଦ୍ର ଚାଲିଛି। ଫଳରେ ଏସ୍‌ସିବି ନିରାମୟ କେନ୍ଦ୍ର ସଂଖ୍ୟା ମଧ୍ୟ ୫କୁ ଛୁଇିଁଛି।

ଗୋଟିଏ କେନ୍ଦ୍ର ଥିବାରୁ ଏଠାରେ ପ୍ରବଳ ଭିଡ଼ ହେଉଥିଲା। ଲୋକମାନେ ଅନେକ ସମୟ ଧାଡ଼ିରେ ଛିଡ଼ା ହେଉଥିଲେ। ଏଭଳି ସମସ୍ୟା ଆଗକୁ ଦେଖିବାକୁ ମିଳିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଏସ୍‌କେୱାଇ କାଉଣ୍ଟର୍‌ଟି ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ରୋଗୀଙ୍କୁ ସିଧାସଳଖ ଔଷଧ ଦିଆଯିବ ନାହିଁ ବୋଲି ସେ ଜଣାଇଛନ୍ତି। ୱାର୍ଡରୁ ଆସୁଥିବା ପ୍ରେସକ୍ରିପସନ୍‌ଗୁଡ଼ିକରେ କେବଳ ନର୍ସମାନଙ୍କୁ ଔଷଧ ଦିଆଯିବ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe