ଅନ୍‌ଲାଇନ୍‌ ଓପିଡି ଟିକେଟ୍‌ ବୁକିଂ ବ୍ୟବସ୍ଥା, ଏମ୍‌କେସିଜିରେ ହେଲା ଏସ୍‌ସିବିରେ କେବେ ?

Advertisment
ଅଗଷ୍ଟ ୧୦ ସୁଦ୍ଧା ଏସ୍‌ସିବିରେ ‘ମଙ୍କିପକ୍ସ’ ତାଲିମ

କଟକ: କଟକ ବଡ ଡାକ୍ତରଖାନାରେ କେବେ ଆରମ୍ଭ ହେବ ଅନ୍‌ଲାଇନ୍‌ ଟିକେଟ୍‌ ବ୍ୟବସ୍ଥା? ଓପିଡି ବା ଆଉଟ୍‌ଡୋର ଟିକେଟ୍‌ ପାଇଁ ପ୍ରତି ବିଭାଗରେ ଯେଉଁ ଗହଳି ଲାଗୁଛି ତାକୁ ନିୟନ୍ତ୍ରଣ କରିବା ପାଇଁ ଓପିଡି ଟିକେଟ୍‌ ଅନ୍‌ଲାଇନ୍‌ରେ ବୁକିଂ କରିବା ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଆରମ୍ଭ ହୋଇପାରିନି। ଏମ୍‌କେସିଜି ବ୍ରହ୍ମୁପୁର ମେଡିକାଲ କଲେଜରେ ଓପିଡି ଟିକେଟ୍‌ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ବୁକିଂ ଆରମ୍ଭ ହୋଇଛି। ଏସ୍‌ସିବି ରାଜ୍ୟର ସର୍ବପୁରାତନ ମେଡିକାଲ କଲେଜ ହୋଇଥିବା ବେଳେ ସବୁ କ୍ଷେତ୍ରରେ ଆଗରେ ରୁହେ।

କିନ୍ତୁ ଆଉଟ୍‌ ଡୋରରେ ରୋଗୀ ଦେଖାଇବା ପାଇଁ ଯେଉଁ ଲମ୍ବା ଲାଇନ୍‌ ଓ ଟିକେଟ୍‌ ପାଇଁ ଅପେକ୍ଷା କରିବାକୁ ପଡୁଛି, ହୁଏତ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ରୋଗୀଙ୍କୁ ଆଉ ଟିକେଟ୍‌ କାଉଣ୍ଟରରେ ଲମ୍ବା ସମୟ ଧରି ଛିଡା ହେବାକୁ ପଡିବନି। ତେବେ ଏସ୍‌ସିବିରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ସଂପର୍କରେ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ଯୋଗାଯୋଗ କରାଯିବାରୁ ଏ ସଂପର୍କରେ ଆଲୋଚନା ଚାଲିଥିବା ସେ କହିଛନ୍ତି। ଏସ୍‌ସିବିରେ ପ୍ରତି ଓପିଡିରେ ୩ ହଜାରରୁ ଅଧିକ ରୋଗୀ ଆସୁଥିବାବେଳେ ଏବେ କୋଭିଡ୍‌ ପାଇଁ ସଂଖ୍ୟା‌ରେ କିଛିଟା ହ୍ରାସ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe