ପିଲାଙ୍କ ଜୀବନ ସହ ଖେଳ, କେଭି-୨ ସ୍କୁଲ୍‌ ଆଗରେ ମୁକୁଳା ଡ୍ରେନ୍‌

ପିଲାଙ୍କ ଜୀବନ ସହ ଖେଳ, କେଭି-୨ ସ୍କୁଲ୍‌ ଆଗରେ ମୁକୁଳା ଡ୍ରେନ୍‌

Sambad

କଟକ: ନୂଆପଡା-ମଧୁପାଟଣାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ ମୁଖ୍ୟ ଫାଟକ ସାମନାକୁ ଛାଡ଼ିଦେଲେ, ଉଭୟପାର୍ଶ୍ବରେ ଲମ୍ବିଛି ଗଭୀର ଡ୍ରେନ୍‌। ସ୍କୁଲ୍‌ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ଆବଦ୍ଧ କରିବାର ନିୟମ ଥାଇ ବି ଦୀର୍ଘଦିନ ହେଲା ଡ୍ରେନ୍‌ ମୁକୁଳା ପଡ଼ିଛି। କିନ୍ତୁ ସିଏମ୍‌ସି ଅଥବା ପିଡବ୍ଲ୍ୟୁଡି ଏଥିପ୍ରତି ନଜନ ଦେଉ ନାହାନ୍ତି। ଏ ସଂପର୍କରେ ଅଭିଯୋଗ ହେବା ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଜୁନ୍‌ ୨୧ରେ ସ୍କୁଲ୍‌ ଖୋଲିବା ପୂର୍ବରୁ ଏହି ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବାକୁ ଅଭିଭାବକ ତଥା ସ୍କୁଲ କର୍ତ୍ତୃପକ୍ଷ ଦାବି କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ରେ ପ୍ରଥମରୁ ଦଶମ‌ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୬ଶହ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ଶିକ୍ଷାୟତନ ନିକଟରେ ଖାନ୍‌ନଗର ସରକାରୀ ହାଇସ୍କୁଲ୍‌ ରହିଥିବାରୁ ସେଠାକାର ପିଲାମାନେ ମଧ୍ୟ ଏହି ରାସ୍ତାର ଚଳପ୍ରଚଳ କରନ୍ତି। କିନ୍ତୁ ‌ଏଭଳି ମୁକୁଳା ଡ୍ରେନ ଯୋଗୁଁ ଏଠାରେ ଅନେକ ଛୋଟବଡ଼ ଦୁର୍ଘଟଣା ଘଟୁଛି।

ପିଲାଙ୍କ ସାଇକଲ୍‌ ବି ‌ଡ୍ରେନ୍‌ରେ ପଡ଼ିଛି। ସ୍କୁଲ ପକ୍ଷରୁ ପିଡବ୍ଲୁଡିକୁ ଏ ସଂକାନ୍ତରେ ଅଭିଯୋଗ କରାଯାଇଥିଲା। କିନ୍ତୁ ସେମାନେ ଏଯାଏ କିଛି କରି ନାହାନ୍ତି। ଏ ସଂକ୍ରାନ୍ତରେ କେଭି ନଂ-୨ ସ୍କୁଲ ପ୍ରିନ୍‌ସିପାଲ ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି ଯେ, ବିଦ୍ୟାଳୟ ମୁଖ୍ୟ ପାଠକ ପାଖ ଡ୍ରେନ୍‌ରେ ସ୍ଲାବ୍‌ ପକାଇବା ନେଇ ବିଦ୍ୟାଳୟ ପକ୍ଷରୁ ଲିଖିତ ଅଭ‌ିଯୋଗ ହୋଇଥିଲା। କିନ୍ତୁ ଏଯାଏ କିଛି ହୋଇ ନାହିଁ। ଏ ସଂକ୍ରାନ୍ତରେ ୫୦ନଂ ୱାର୍ଡ କର୍ପୋରେଟର୍‌ ସନ୍ତୋଷ ଭୋଳ କହିଛନ୍ତି ଯେ, କେଭି ନଂ-୨ ସମ୍ମୁଖ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ପାଇଁ ପ୍ରସ୍ତାବ ଯାଇଛି। ଅନୁମୋଦନ ହୋଇ ଆସିଲେ, ଖୁବ୍‌ ଶୀଘ୍ର କାମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe