ଓପେପା ଅର୍ଥ ପରାମର୍ଶଦାତାଙ୍କ ଘରେ ଭିଜିଲାନ୍ସ ଚଢାଉ : ୬ କୋଟି ୮୭ ଲକ୍ଷ ଟଙ୍କାର ସଂପତ୍ତି ଠାବ

Advertisment
ଓପେପା ଅର୍ଥ ପରାମର୍ଶଦାତାଙ୍କ ଘରେ ଭିଜିଲାନ୍ସ ଚଢାଉ : ୬ କୋଟି ୮୭ ଲକ୍ଷ ଟଙ୍କାର ସଂପତ୍ତି ଠାବ

କଟକ : ଓପେପାର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟ୍‌ସ ଅଫିସର ନଳିନୀ କୁମାରୀ ପୃଷ୍ଟିଙ୍କ ଆୟ ବହିର୍ଭୁତ ସଂପତ୍ତି ଠାବ ପାଇଁ ଭିଜିଲାନ୍ସ ପକ୍ଷରୁ ୭ଟି ସ୍ଥାନରେ ଚଢାଉ କରାଯାଇଛି। ଚଢଉ ସମୟରେ ୬ କୋଟି ୮୭ ଲକ୍ଷ ୧୮ ହଜାର ୯୩୯ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ବେଳେ ଏ ସଂପର୍କରେ ଅଧିକ ଖୋଳତାଡ଼ ଜାରି ରହିଛି। ଗୋଟିଏ ଦିନର ଭିଜିଲାନ୍ସ ଚଢଉରେ ଏତେ ପରିମାଣର ସଂପତ୍ତି ଠାବ ହେବା ସର୍ବାଧିକ ବୋଲି କୁହାଯାଉଛି।

ଆଜି ଭିଜିଲାନ୍ସର ୭ଟି ଟିମ୍‌ ଭୁବନେଶ୍ୱର ମଧୁସୂଦନ ନଗର ଉତ୍କଳ ଭିଲ୍ଲାରେ ଥିବା ୪ ବିଏଚକେ ଫ୍ଲାଟ୍‌, ସେହି ଠାରେ ଥିବା ୨ ବିଏଚ୍‌କେ ଫ୍ଲାଟ୍‌, ପୁରୀ କୁମ୍ଭାରପଡ଼ାରେ ଥିବା ଫ୍ଲାଟ୍‌, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ୍‌, କେନ୍ଦ୍ରାପଡାରେ ଥିବା ସଂପର୍କୀୟଙ୍କ ଘର, ଭୁବନେଶ୍ୱର ଅଫିସ, ତାଙ୍କ ସ୍ୱାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ରହୁଥିବା ଘର ଉପରେ ଭିଜିଲାନ୍ସ ଚଢଉ କରିଥିଲା। ଚଢଉ ସମୟରେ ୧ କୋଟି ୮୦ ଲକ୍ଷ ଟଙ୍କାର ଦୁଇଟି ଫ୍ଲାଟ, ସେଥିରେ ୧ କୋଟି ୩୪ ଲକ୍ଷ ଟଙ୍କା ମୂଲ୍ୟର ସାଜସରଞ୍ଜାମ ଆକଳନ କରାଯାଇଥିଲା। ସେହିଭଳି ଅନ୍ୟ ଦୁଇଟି ଫ୍ଲାଟର ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ଆକଳନ କରାଯାଇଥିବା ବେଳେ ୫୮ଲକ୍ଷ ୫୭ ହଜାର ଟଙ୍କା ମୂଲ୍ୟର ଭୁବନେଶ୍ୱର ଓ ଜଟଣୀ ଅଞ୍ଚଳରେ ୬ଟି ପ୍ଲଟ୍‌, କିଶାନ ବିକାଶ ପତ୍ରରେ ୬୦ ହଜାର ଟଙ୍କା ଜମା, ୭ ଲକ୍ଷ ୩୨ ହଜାର ଟଙ୍କାର ବୀମା ଜମା, ୧ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା, ୨୨ ଲକ୍ଷ ୮୪ ହଜାର ଟଙ୍କାର ବ୍ୟାଙ୍କ ଜମା୪୦ ଲକ୍ଷ ଟଙ୍କାର ସୁନା, ହିରା ଅଳଙ୍କାର, ୫ ଲକ୍ଷ ୭୫ ହଜାର ନଗଦ ଟଙ୍କା ଗୋଟିଏ ଓ୍ଵାଗନର କାର, ଗୋଟିଏ ବାଇକ୍‌ ଓ ଗୋଟିଏ ଆକ୍ଟିଭା ଠାବ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe