Sambad
କଟକ: ଶାନ୍ତି ମେମୋରିଆଲ ହସ୍ପିଟାଲରେ ଜଣେ ବରିଷ୍ଠ ବୟସ୍କ ରୋଗୀଙ୍କ ଠାରେ ସଫଳତାର ସହ ପିଲୋରିକ ଷ୍ଟେଣ୍ଟିଂ କରାଯାଇଛି। ଯାହାକି କଟକ ସହରରେ ପ୍ରଥମ। ଡା ଗୌତମ ନାଥଙ୍କ ଦ୍ବାରା ପରିଚାଳିତ ଏକ ଟିମ ଏହି ଅସ୍ତ୍ରୋପଚାର କରିଛନ୍ତି। ତଥ୍ୟ ଅନୁଯାୟୀ ଏହି ୬୦ ବର୍ଷ ବୟସ୍କ ରୋଗୀ ଏକ ମାସ ପାଇଁ କଠିନ ଖାଦ୍ୟ ଗ୍ରହଣ କରିବା ପରେ ତାଙ୍କର ବାରମ୍ବାର ବାନ୍ତି ହେଉଥିଲା। ଯେଉଁଥିପାଇଁ ତାଙ୍କୁ ଗ୍ୟାଷ୍ଟ୍ରୋଣ୍ଟ୍ରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କର ଭୋକ ହ୍ରାସ ପାଇବା ସହିତ ଓଜନ ମଧ୍ୟ ହ୍ରାସ ପାଇଥିଲା।
ପରୀକ୍ଷଣରୁ ତାଙ୍କ ଟ୍ୟୁମର ର ଅଗ୍ରଗତିକୁ ବିଚାରକୁ ନେଇ ଅସ୍ତ୍ରୋପଚାର ଜନିତ ଚିକିତ୍ସା ପାଇଁ ଚୟନ କରାଯାଇ ପାରିନଥାନ୍ତା। ତେଣୁ ଏକ ପିଲୋରିକ ଷ୍ଟେଂଟିଂ ପାଇଁ ଯୋଜନା କରାଯାଇଥିଲା। ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ଯନ୍ତ୍ରଣାମୁକ୍ତ ଏବଂ ଅସୁବିଧାରହିତ ଥିଲା। ୨୪ଘଂଟା ପରେ ରୋଗୀଜଣଙ୍କ ତରଳ ଖାଦ୍ୟ ସହିତ ନିୟମିତ ଖାଦ୍ୟ ନେବାକୁ ସକ୍ଷମ ହୋଇଥିଲେ। ସର୍ଜିକାଲ ବାଇପାସ ତୁଳନାରେ ହସ୍ପିଟାଲରେ ରହିବା ସମୟ ଏବଂ ଅସୁସ୍ଥତା ମଧ୍ୟ ତୁଳନାତ୍ମକ ଭାବେ କମ ହୋଇଥାଏ।
Follow Us