କଟକ: ୭ ବର୍ଷରୁ ଅଧିକ ସମୟ ଧରି ବିନା ଅନୁମତିରେ କାର୍ଯ୍ୟକ୍ଷେତ୍ରରୁ ଅନୁପସ୍ଥିତି ପାଇଁ ଜଣେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜାରି ଚାକିରିରୁ ବହିଷ୍କାର ନିର୍ଦ୍ଦେଶକୁ ହାଇକୋର୍ଟକାଏମ ରଖିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ସ୍କୁଲ ପିଲାଙ୍କୁ ପଢାଇବା କଥା ସେମାନଙ୍କ ଭବିଷ୍ୟତକୁ ନେଇ ଆବେଦନକାରୀ କେବେ ଚିନ୍ତିତ ନଥିଲେ। ଶିକ୍ଷକଙ୍କ ଅନୁପସ୍ଥିତି କାରଣରୁ ବିଦ୍ୟାର୍ଥୀ ସମୁଦାୟକୁ କଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ଏହା କଳ୍ପନା ବାହାରେ। ଶିକ୍ଷକଙ୍କୁ ରାଷ୍ଟ୍ରନିର୍ମାତା ଭାବେ ସମ୍ମାନିତ କରାଯାଇଥାଏ। କୌଣସି ବି ସଭ୍ୟ ସମାଜରେ ଶିକ୍ଷାଦାନ କାର୍ଯ୍ୟକୁ ଏଭଳି ମହତ୍ବ ପ୍ରଦାନ କରାଯାଇଥାଏ। ତେଣୁ ଆମ ଧର୍ମଗ୍ରନ୍ଥ କହିଛି ‘ଗୁରୁଭ୍ୟୋ ନମଃ’। ଭାରତର ଏକାଦଶ ରାଷ୍ଟ୍ରପତି ସ୍ବର୍ଗତ ଡକ୍ଟର ଏପିଜେ ଅବଦୁଲ କଲାମ କହିଥିଲେ ଯେ ‘ଶିକ୍ଷକତା ଏକ ଅତ୍ୟନ୍ତ ମହାନ ବୃତ୍ତି, ଯାହା ବ୍ୟକ୍ତିର ଚରିତ୍ର, କ୍ଷମତା ଓ ଭବିଷ୍ୟତକୁ ଆକାର ଦେଇଥାଏ..’। ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ଏଥି ସହିତ ଜଣିକିଆ ବିଚାରପତିଙ୍କ ୨୦୨୩, ଜୁଲାଇ ୪ର ରାୟ ବିରୋଧରେ ଦାୟର ରିଟ୍ ଅପିଲକୁ ହାଇକୋର୍ଟ ଖାରଜ କରିଛନ୍ତି।
୨୦୧୩ରୁ ବିନା ଅନୁମତିରେ କାର୍ଯ୍ୟକ୍ଷେତ୍ରରୁ ଅନୁପସ୍ଥିତ ରହିଥିଲେ ଶିକ୍ଷା ସହାୟକ
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ଗଜପତି ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ୨୦୧୩ରୁ ବିନା ଅନୁମତିରେ କାର୍ଯ୍ୟକ୍ଷେତ୍ରରୁ ଅନୁପସ୍ଥିତ ରହିଥିଲେ। ଏଥି ପାଇଁ ତାଙ୍କୁ କାର୍ଯ୍ୟରୁ ଅନ୍ତର କରି ୨୦୨୦ରେ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୨୩, ଜୁଲାଇ ୪ରେ ଏହି ମାମଲାକୁ ଖାରଜ କରିଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ଆବେଦନକାରୀ ଦୁଇ ଜଣିଆ ଖଣ୍ଡପୀଠରେ ରିଟ ଅପିଲ ଦାୟର କରିଥିଲେ।
Education: ବିଦ୍ୟାଳୟରେ ଛାତ୍ର ପୋଡି ଘଟଣା: ଆଖିବୁଜିଲେ ବିରେନ୍ ଟାକ୍ରି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/03/03/untitled-2026-03-03-08-30-31.png)