Orissa HC: ହାଇକୋର୍ଟରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଶ୍ବସ୍ତି, ନିର୍ବାଚନୀ ମୋକଦ୍ଦମା ଖାରଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଖାରଜ କରିଛନ୍ତି।

Orissa hc

Union Minister Dharmendra Pradhan relief from HC. Photograph: (sambad.in)

କଟକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ନିର୍ବାଚନ ଫଳାଫଳକୁ ବିରୋଧ କରି ଦାୟର ମୂଳ ନିର୍ବାଚନୀ ମକଦ୍ଦମାକୁ ଖାରଜ କରିଛନ୍ତି। ନିର୍ବାଚନୀ ମକଦ୍ଦମାଟି ଅଯଥା, ଭିତ୍ତିହୀନ, ଅପପ୍ରଚାରମୂଳକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତଥା ଭାରତୀୟ ଜନପ୍ରତିନିଧି ଆଇନର ଧାରା ୮୩(୧)ରେ ରହିଥିବା ଆବଶ୍ୟକତାକୁ ପୂରଣ କରୁନଥିବାରୁ ଏହାକୁ ଅଗ୍ରାହ୍ୟ କରିବା ପାଇଁ ପ୍ରତିପକ୍ଷ ଶ୍ରୀ ପ୍ରଧାନଙ୍କ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଗ୍ରହଣ କରି ମୂଳ ନିର୍ବାଚନୀ ମୋକଦ୍ଦମାକୁ ଖାରଜ କରିଛନ୍ତି। ଫଳରେ ୨୦୨୪ରୁ ହାଇକୋର୍ଟରେ ବିଚାରାଧୀନ ଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ର ନିର୍ବାଚନୀ ମୋକଦ୍ଦମାର ଅନ୍ତ ଘଟିଛି।

୨୦୨୪ରେ ମାମଲା ରୁଜୁ

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୪ରେ ସମ୍ବଲପୁର ଆସନରୁ ସାଂସଦ ଭାବେ ଶ୍ରୀ ପ୍ରଧାନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଡକ୍ଟର ମହାପାତ୍ର ଏହି ନିର୍ବାଚନୀ ମୋକଦ୍ଦମା ହାଇକୋର୍ଟରେ ଦାୟର କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଶ୍ରୀ ପ୍ରଧାନଙ୍କ ସତ୍ୟପାଠରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ତାଙ୍କ ନାମାଙ୍କନ ତ୍ରୁଟିପୂର୍ଣ୍ଣ ଥିଲା। ତାଙ୍କ ବିରୋଧରେ ଅଫିସ ଅଫ୍ ପ୍ରଫିଟ ପଦରେ ରହିବା ନେଇ ମଧ୍ୟ ଅଭିଯୋଗ ରହିଛି। ହାଇକୋର୍ଟ ୨୦୨୪, ଅଗଷ୍ଟ ୨୩ରେ ପ୍ରାରମ୍ଭିକ ଶୁଣାଣି କରି ନିର୍ବାଚନୀ ମୋକଦ୍ଦମାର ପ୍ରତିପକ୍ଷ ଶ୍ରୀ ପ୍ରଧାନ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ପ୍ରଧାନଙ୍କ ତରଫରୁ ସିପିସିର ଅର୍ଡର ୬ ରୁଲ୍ ୧୬, ଅର୍ଡର୭ ରୁଲ ୧୧ ଓ ଜନ ପ୍ରତିନିଧି ଆଇନର ଧାରା ୮୬ରେ ଅନ୍ତରୀଣ ଆବେଦନ ଦାଖଲ କରାଯାଇ ନିର୍ବାଚନୀ ମୋକଦ୍ଦମାକୁ ଖାରଜ କରାଯାଉ ବୋଲି ଦର୍ଶାଯାଇଥିଲା। ନିର୍ବାଚନୀ ମାମଲାରେ ଜନପ୍ରତିନିଧି ଆଇନର ଧାରା ୮୧(୩) ଓ ୮୩ ପାଳନ କରାଯାଇ ନଥିବା ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Drop Out Students: ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ଡିଇଓ

ଲକ୍ଷାଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁର ଆସନରୁ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ୫ ଲକ୍ଷ ୯୨ ହଜାର ୧୬୨ ଖଣ୍ଡ ଭୋଟ ପାଇ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ୪ ଲକ୍ଷ ୭୨ ହଜାର ୩୨୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଶ୍ରୀ ପ୍ରଧାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: Ispat Production: ୩୦୦ ମେଟ୍ରିକ ଟନ୍ ଇସ୍ପାତ କ୍ଷମତା ଲକ୍ଷ୍ୟ ହାସଲ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe