ନନ୍ଦନକାନନରେ ଟ୍ରାନ୍ସମିଟର ଲଗା ବଜ୍ରକାପ୍ତା ମୃତ

Advertisment
ନନ୍ଦନକାନନରେ ଟ୍ରାନ୍ସମିଟର ଲଗା ବଜ୍ରକାପ୍ତା ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଟ୍ରାନ୍ସମିଟର ଲଗାଯାଇ ଥିବା ମାଈ ବଜ୍ରକାପ୍ତାର ମୃତ୍ୟୁ ହୋଇଛି। ୧୦ ବର୍ଷ ବୟସର ମାଈ ବଜ୍ରକାପ୍ତାଟି ଅସୁସ୍ଥ ହୋଇପଡିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି। ଫଳରେ ନନ୍ଦନକାନନ କର୍ତୁପକ୍ଷ ବଜ୍ରକାପ୍ତାଟି ଦେହରେ ଟ୍ରାନ୍ସମିଟର ଲଗାଇ ପ୍ରାକୃତିକ ଜଙ୍ଗଲିଆ ପରିବେଶରେ ଛାଡି ଯେଉଁ ଗବେଷଣା କରୁଥିଲେ ତାହା ପଣ୍ଡ ହୋଇଛି। ଗତିବିଧି ନିରିକ୍ଷଣ କରି ପ୍ରାକୃତିକ ଆବାସସ୍ଥଳିରେ ସେମାନଙ୍କ ଚଳଣି ଉପରେ ଗବେଷଣା କରାଯାଉଥିଲା। ସୂଚନାଯୋଗ୍ୟ ବଜ୍ରକାପ୍ତାଟିକୁ ଗତ ଡିସେମ୍ବର ମାସରେ ପାରଳାଖେମୁଣ୍ଡିରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ତାକୁ ଟ୍ରାନ୍ସ ମିଟର ଲଗାଇ ନନ୍ଦନକାନନ ପରିସରର ଜଙ୍ଗଲରେ ଛଡାଯାଇଥିଲା। କିଛି ଦିନ ପରେ ପରିସରରୁ ବାହାରି ତିନି କଲୋମିଟର ପୁରୁଣା ବାରଙ୍ଗ ପର୍ଯ୍ୟନ୍ତ ଚାଲିଆସିଥିଲା । ସେଠାରୁ ତାକୁ ଉଦ୍ଧାର କରି ପୁଣି ନନ୍ଦନକାନନକୁ ଅଣାଯାଇଥିଲା। କର୍ତୁପକ୍ଷ ନନ୍ଦନକାନନରେ ତାର ମିଳନ କରାଇ ସଫଳ ହୋଇଥିଲେ । ହେଲେ ତାର ମୃତ୍ୟୁ ହେଲା । ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ମୋଟ ୨୫ ଟି ବଜ୍ରକାପ୍ତା ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe