ପାରାଦୀପ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ଦ୍ବନ୍ଦ୍ବ

Advertisment

ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ୩ ଘଣ୍ଟା ଜେରା; ସିସି କ୍ୟାମେରା, ମୋବାଇଲ୍ ଲୋକେସନ୍ ଯାଞ୍ଚ

ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ୩ ଘଣ୍ଟା ଜେରା; ସିସି କ୍ୟାମେରା, ମୋବାଇଲ୍ ଲୋକେସନ୍ ଯାଞ୍ଚ

ପାରାଦୀପ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ଦ୍ବନ୍ଦ୍ବ

Sambad

କଟକ: ପାରାଦୀପ ପୀଡ଼ିତାଙ୍କ ଦୁଷ୍କର୍ମ ଅଭିଯୋଗ ଏବେ କମିସନରେଟ୍ ପୁଲିସ ପାଇଁ ଦ୍ବନ୍ଦ୍ବ ସୃଷ୍ଟି କଲାଣି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗଲା ୧୭ ତାରିଖରେ ଅଭିଯୁକ୍ତ ବସନ୍ତ କୁମାର ବଳ ତାଙ୍କୁ କଲେଜ ଛକର ଏକ ଘରୋଇ ହସପିଟାଲରେ ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ। ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। କିନ୍ତୁ ବସନ୍ତଙ୍କ ପରିବାର ସଦସ୍ୟ ଭିନ୍ନ ମତ ରଖିଛନ୍ତି। ୧୭ ତାରିଖରେ ବସନ୍ତ ସେମାନଙ୍କ ସହିତ ହିଁ ଥିଲେ। କଲେଜ ଛକ ଯାଇନଥିବା ପରିବାର ଲୋକେ ଦାବି କରିବାରୁ ମାଲଗୋଦାମ ଥାନା ପୁଲିସ ଆଜି ବସନ୍ତଙ୍କ ପୁଅ, ବୋହୂ ଓ ଝିଅଙ୍କୁ ମୁହାଁମୁହିଁ ଜେରା କରିଛି। ଜେରାରେ ବସନ୍ତ ବି ଉପସ୍ଥିତ ଥିଲେ। ପ୍ରକୃତରେ ଗଲା ୧୭ ତାରିଖରେ ବସନ୍ତ କେଉଁଠାରେ ଥିଲେ, ତାହା ଏବେ ପୁଲିସ ତଦନ୍ତର ମୁଖ୍ୟ ପ୍ରସଂଗ ହୋଇଛି। ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ପାରାଦୀପ ଷଣ୍ଢକୁଦର ଜଣେ ବିବାହିତ ମହିଳାଙ୍କ ସ୍ବାମୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ବସନ୍ତ କୁମାର ବଳ ତାଙ୍କ ସହିତ ଗଲା ୬ ବର୍ଷ ହେବ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ବିଡାନାସୀ ତୁଳସୀପୁର ବସନ୍ତ ପାରାଦୀପରେ ବ୍ୟବସାୟ କରୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଚାକିରି ଦେବାକୁ କହିଥିଲେ। ମହିଳାଙ୍କୁ ଚାକିରି ନଦେଇ ପାରାଦୀପ, ଭୁବନେଶ୍ବର, ପୁରୀର ବିଭିନ୍ନ ଅଞ୍ଚଳରେ ଶାରୀରିକ ସମ୍ପର୍କ ରଖିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। କିନ୍ତୁ ଉକ୍ତ ଅଞ୍ଚଳର କେଉଁ ସ୍ଥାନକୁ ତାଙ୍କୁ ନିଆଯାଇଥିଲା, ସେ ସମ୍ପର୍କରେ ମହିଳା ଜଣକ ପୁଲିସକୁ କୌଣସି ସୂଚନା ଦେଇପାରୁ ନାହାନ୍ତି। ଶେଷ ଥର ଗଲା ୧୭ ତାରିଖରେ ମହିଳାଙ୍କୁ କଲେଜ ଛକରେ ଥିବା ଘରୋଇ ହସପିଟାଲକୁ ଆଣି ବିଭିନ୍ନ ପରୀକ୍ଷା କରାଇବା ସହିତ ଅସଦାଚରଣ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇବା ଅଭିଯୋଗକୁ ପୁଲିସ ତଦନ୍ତର ମୁଖ୍ୟ ପ୍ରସଂଗ କରିଛି।

ପ୍ରକୃତରେ ୧୭ ତାରିଖରେ ଯେଉଁ ଘରୋଇ ହସପିଟାଲକୁ ମହିଳାଙ୍କୁ ବସନ୍ତ ଆଣିଥିବା ଅଭିଯୋଗ ହୋଇଛି ସେହି ହସପିଟାଲର ସିସି କ୍ୟାମେରା ଫୁଟେଜ ପୁଲିସ ଜବତ କରିଛି। ହସପିଟାଲ କର୍ମଚାରୀଙ୍କୁ ବି ଜେରା କରାଯାଉଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେଦିନ ଦିନ ୧୦ଟାରୁ ୨ଟା ଯାଏ ତାଙ୍କୁ ଉକ୍ତ ଘରୋଇ ହସପିଟାଲ ସମେତ ନିକଟରେ ଏକ ଅଜଣା ସ୍ଥାନକୁ ନେଇଥିଲେ। ପରେ ତାଙ୍କୁ ରାସ୍ତାରେ ଛାଡ଼ି କେଉଁଆଡ଼େ ବସନ୍ତ ପଳାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଏଭଳି ଅଭିଯୋଗକୁ ବସନ୍ତଙ୍କ ପରିବାର ସଦସ୍ୟ ଖଣ୍ଡନ କରିବାରୁ ପୁଲିସ ଆଜି ସେମାନଙ୍କୁ ମାଲଗୋଦାମ ଥାନାରେ ଜେରା କରିଛି। ଜୋନ୍ ୧ ଏସିପି ଅମରେନ୍ଦ୍ର ପଣ୍ଡା ଓ ମାଲଗୋଦାମ ଥାନା ଆଇଆଇସି ରବିନାରାୟଣ ଭଞ୍ଜ ସେମାନଙ୍କୁ ଜେରା କରିଥିଲେ। ରାତି ୭ଟାରୁ ୧୦ଟା ଯାଏ ଜେରା କରାଯାଇଥିଲା। ଯେଉଁ ସମୟରେ ବସନ୍ତ ମହିଳାଙ୍କ ସହିତ ଥିବା କୁହାଯାଉଛି, ସେହି ସମୟରେ ବସନ୍ତ ପରିବାର ଲୋକଙ୍କ ସହିତ ଥିବା ପରିବାର ଲୋକେ ଦାବି କରିବାରୁ ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରସ୍ପର ବିରୋଧୀ ବୟାନ ପାଇଁ ପୁଲିସ ଗଲା ୧୭ ତାରିଖରେ ବସନ୍ତ ଓ ପୀଡ଼ିତା ମହିଳାଙ୍କ ମୋବାଇଲ୍ ଲୋକେସନ୍ ସର୍ଭିସ ପ୍ରୋଭାଇଡରକୁ ମାଗିଛି। ପ୍ରକୃତରେ ବସନ୍ତ କେଉଁଠି ଥିଲେ ସେ ନେଇ ଏକ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe