ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦ ପକ୍ଷରୁ ପାଟରାକ୍ଷୀ ପ୍ରଦାନ

Advertisment
ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦ ପକ୍ଷରୁ ପାଟରାକ୍ଷୀ ପ୍ରଦାନ

Sambad

ବିଦ୍ୟାଧରପୁର: ନୂଆବଜାର ପୋତାପୋଖରୀ ସ୍ଥିତ ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦ ରାଜ୍ୟ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପ୍ରଚେଷ୍ଟାରେ ପ୍ରତି ବର୍ଷ ରାଜ୍ୟ ତଥା ବାହାର ରାଜ୍ୟମାନଙ୍କରେ ଥିବା ଶ୍ରୀ ଜଗନ୍ନାଥଙ୍କୁ ଲାଗି ପାଇଁ ମନ୍ଦିରକୁ ନିଶୁଳ୍କରେ ବିଜେ ଡୋରି, ରୁନ୍ଧା ଡୋରି, ଚିତା ଡୋରି, ରାକ୍ଷୀ, ଗୁଆମାଳ ଓ ପଇତା ପଠାଯାଇଥାଏ। ଏହି ପବିତ୍ର ପାଟସେବା ଆସନ୍ତା ରାକ୍ଷୀ ପୂର୍ଣିମା ଅବସରରେ ଶ୍ରୀ ଜୀଉଙ୍କ ଠାରେ ଲାଗି ହେବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହାର ଆନ୍ତର୍ଜାତିକ ସଭାପତି ଭାବେ ପୁରୀ ଦଇତାପତି ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଅଛନ୍ତି। ତାଙ୍କ ପାଖକୁ ଏହି ପାଟସେବା ରାକ୍ଷୀ ପହଞ୍ଚିବା ପରେ ସେ ଭାରତ ବାହାରେ ଥିବା ଶ୍ରୀ ଜଗନ୍ନାଥଙ୍କୁ ଲାଗି ପାଇଁ ମନ୍ଦିରକୁ ପଠାଇ ଦିଅନ୍ତି ବୋଲି ଦୁର୍ଯ୍ୟୋଧନ ସାହୁ ପ୍ରକାଶ କରିଛନ୍ତି।

ଓଡ଼ିଶା ସମେତ ଭାରତବର୍ଷ ଓ ଅନ୍ତର୍ଜାତୀୟ ସମୁଦାୟରେ ୩୫୪୦ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରତି ବର୍ଷ ପାଟ ରାକ୍ଷୀ ପଠା ଯାଇଥାଏ। ଏହି ପାଟରାକ୍ଷୀ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ନିଜ ପରିବାର ସଦସ୍ୟଙ୍କ ଦ୍ଵାରା ତିଆରି କରାଯାଏ। ତନୁଜା ପାତ୍ର, ଲୀଳାବତୀ ପାତ୍ର, ରଶ୍ମିତା ଦାସ, ରାଜଲକ୍ଷ୍ମୀ ପାତ୍ର, ନୟନା ବାଳା ପୃଷ୍ଟି, ହିମାଂଶୁ ଶେଖର ସାହୁ, ଶୁଭ୍ରାଂଶୁ ସାହୁ, ସତ୍ୟ ସୁନ୍ଦର ପାତ୍ର, ସୈାଭାଗ୍ୟ ମଞ୍ଜରୀ ସାହୁ, ଅଲେଖ ସାହୁ ପ୍ରମୁଖ ରାକ୍ଷୀ ପାଟ ତିଆରିରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe