ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ରୋଗୀ ସୁନା ପିନ୍ଧିବା ମନା

Advertisment
ଏସ୍‌ସିବିରେ ଏକ୍‌ମୋ ସମୀକ୍ଷା, ଆଜିଠୁ ତାଲିମରେ ଯିବେ ୯ଜଣ ବରିଷ୍ଠ ଡାକ୍ତର

scbmch.nic.in

କଟକ: ଏସ୍‌ସିବି କୋଭିଡ୍‌ ହସ୍ପିଟାଲକୁ ସୁନା ଅଳଙ୍କାର ମନା। ଯେଉଁ ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବେ ସେହି ସମୟରେ ସେ ପିନ୍ଧିଥିବା ସୁନା ଅଳଙ୍କା‌ର ସବୁ ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରିବେ। ସୁନା ତାଙ୍କ ସଂପର୍କୀୟ ନେବା ପରେ କାଗଜରେ ସୁନା ଗ୍ରହଣ ଓ ତାଙ୍କ ରୋଗୀ କୌଣସି ସୁନା ପିନ୍ଧି ନଥିବା ନେଇ ଦସ୍ତଖତ ମଧ୍ୟ ଦେବେ। ସୁନା ଚୋରି ରୋକିବାକୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏଭଳି ବ୍ୟବସ୍ଥା କରାଯାଇଛି। ବାରମ୍ବାର ସୁନା ଅଳଙ୍କାର, ଦାମୀ ମୋବାଇଲ ଚୋରି ହେଉଥିବା ନେଇ ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଅନ୍ୟପଟେ ମୋବାଇଲ କିନ୍ତୁ ୱାର୍ଡକୁ ରୋଗୀ ନେଇ ପାରିବେ। କାରଣ ମୋବାଇଲ ଏବେ ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇଥିବା ବେଳେ ସୁସ୍ଥ ହେଉଥିବା ରୋଗୀ ମୋବାଇଲ ଦେଖି ତାର ମନକୁ ହାଲୁକା କରିପାରିବ ଓ ତାଙ୍କ ପରିଜନଙ୍କ ସହିତ କଥାବାର୍ତ୍ତା ହୋଇପାରିବ। ଏସ୍‌ସିବିରେ ସୁନାଗହଣା ଚୋରିକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ପ୍ରଥମରୁ ନିଆଯାଇଥିଲା। କିନ୍ତୁ ରୋଗୀ  ଓ ସଂପର୍କୀୟ ଏହାକୁ ମାନୁ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe