ବସ୍ତିବାସିନ୍ଦାଙ୍କ ଥଇଥାନକୁ ବିରୋଧ; ନୂଆପଡ଼ା-ବାଲିସାହିରେ ମୁଣ୍ଡ ଟେକୁଛି ଆନ୍ଦୋଳନ

Advertisment
ବସ୍ତିବାସିନ୍ଦାଙ୍କ ଥଇଥାନକୁ ବିରୋଧ; ନୂଆପଡ଼ା-ବାଲିସାହିରେ ମୁଣ୍ଡ ଟେକୁଛି ଆନ୍ଦୋଳନ

Sambad

କଟକ/ମହାନଦୀବିହାର: ଚାଉଳିଆଗଞ୍ଜ ଅଞ୍ଚଳରେ ବସ୍ତି ଥଇଥାନକୁ ଅଞ୍ଚଳବାସୀ ଘୋର ବିରୋଧ କରିବା ପରେ ଏବେ ଏହି ବିରୋଧ ମୁଣ୍ଡ ଟେକିଛି ନୂଆପଡ଼ା‌ ବାଲିସାହି ଅଞ୍ଚଳରେ। କିଛିଦିନ ପୂର୍ବରୁ ସହରର ରାସ୍ତା ସଂପ୍ରସାରଣ ପାଇଁ ଉଚ୍ଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କ ଥଇଥାନ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବାବେଳେ ବିକଳ୍ପ ବ୍ୟବସ୍ଥା ଭାବେ ରାଣୀହାଟ ପୋଲ ନିକଟରୁ ନେଇ ଓଏମ୍‌ପି ଯାଏ ବସବାସ କରୁଥିବା ପ୍ରାୟ ୩ହଜ଼ାର ପରିବାରକୁ ଥଇଥାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯାଇଥିବା କୁହାଯାଉଛି। ବର୍ତ୍ତମାନ ସମୟରେ ଚାଉଳିଆଗଞ୍ଜ ଅଞ୍ଚଳବାସୀଙ୍କ ଘୋର ବିରୋଧ ପାଇଁ ଷଷ୍ଠ ବାଟାଲିଅନ୍‌ରେ ବସ୍ତିବାସିନ୍ଦାକୁ ଥଇଥାନ କରିବାର କାର୍ଯ୍ୟକ୍ରମ ବନ୍ଦ ରହିଛି।

ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆପଡା ବାଲିସାହି ନିକଟରେ ନଈପଟରେ ପ୍ରାୟ ୩୨ ଏକର ସରକାରୀ ଜାଗାକୁ ଚିହ୍ନଟ କରାଯାଇଛି। ଉକ୍ତ ଜମିରେ ବସ୍ତିବାସିନ୍ଦାକୁ ଥଇଥାନ କରାଯିବାକୁ ପ୍ରଶାସନ ଚିନ୍ତା କରୁଛି। ହେଲେ, ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ନୂଆପଡା, ବାଲିସାହି, ସାର୍ତୋଳ, ତିନିଘରିଅ, ପୋପରଡ଼ ଗ୍ରାମବାସୀ। ସ୍ଥାନୀୟ ଅଞ୍ଚଳରେ ବସ୍ତି କରାଗଲେ ଆଗକୁ ରାଜରାସ୍ତା ଘେରାଉ କରାଯିବ ସହ ପ୍ରଶାସନକୁ କଡ଼ା ଜବାବ ଦିଆଯିବ ବୋଲି କହିଛି ବାଲିସାହି ଉନ୍ନୟନ ପରିଷଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe