‘ଗେଲୀ’ର ଚର୍ଚ୍ଚିତ କାରନାମା; ଔଷଧ ଦେଉଛି, ଖବର କାଗଜ ପାଇଁ ଜଗି ବସୁଛି

Advertisment
‘ଗେଲୀ’ର ଚର୍ଚ୍ଚିତ କାରନାମା; ଔଷଧ ଦେଉଛି, ଖବର କାଗଜ ପାଇଁ ଜଗି ବସୁଛି

Sambad

ଫୁଲନଖରା: ହକର ଘରେ ପହଞ୍ଚିବାକୁ ମାତ୍ର କେଇ ମିନିଟ ବାକି ଥିବ, ତାହା 'ଗେଲୀ' ଜାଣିପାରି ଘର କବାଟ ପାଖରେ ପହଞ୍ଚିଯାଏ। ଅପେକ୍ଷା କରି ବସିବ ସେଇ ଅତି ପରିଚିତ ହକର ଭାଇ ମାଧବକୁ। ମାଧବ ପହଞ୍ଚିବା କ୍ଷଣି ତାଙ୍କ ସାଇକେଲ ନିକଟକୁ ଝାମ୍ପିପଡ଼ିବ। ଦୈନିକ 'ସମ୍ବାଦ' ଖବର କାଗଜ ଖଣ୍ଡେ ବଢାଇଦେଲେ ତା'କୁ ପାଟିରେ ଧରି ଚୁପଚାପ ଚାଲିଯିବ ନିଜ ମୁନିବ ପାଖକୁ। ଏହା ହେଉଛି ଦୀର୍ଘଦିନ ଧରି ଚାଲିଆସିଥିବା ଏକ ମାଈ କୁକୁର 'ଗେଲୀ'ର ନିତିଦିନିଆ ଘଟଣା। ବାଗଲପୁର ଗ୍ରାମର କବିପ୍ରସାଦ ଦାଶ ଓ ଛବିଲତା ଦାଶଙ୍କ ଘରେ 'ଗେଲୀ' ଏକ କୁକୁର ନୁହେଁ ବରଂ ପରିବାରର ଜଣେ ବିଶ୍ବସ୍ତ ସଦସ୍ୟ।

publive-image Sambad

କଥା କହିପାରୁନଥିଲେ ମଧ୍ୟ ଅନେକ କଥା ବୁଝିପାରି ସେଗୁଡ଼ିକ କାର୍ଯ୍ୟରେ ପରିଣତ କରିବାର ସାମର୍ଥ୍ୟ ତା' ପାଖରେ ଅଛି। ପରିବାର ମଧ୍ୟରେ କାହାର ଯଦି ଦେହ ଅସୁସ୍ଥ ହେଲା ତେବେ ତାଙ୍କ ପାଇଁ ରହିଥିବା ନିର୍ଦ୍ଦିଷ୍ଟ ଓୗଷଧ ଚିହ୍ନି ଯଥା ସ୍ଥାନରେ ଆଣି ରଖିଥାଏ। ଅପରିଚିତ ଓ ବନ୍ଧୁବାନ୍ଧବଙ୍କୁ ସହଜରେ ଚିହ୍ନିପାରିବା 'ଗେଲୀ'ର ଆଉ ଏକ ଗୁଣ। ବେଳେବେଳେ କାଗଜ ବାଣ୍ଟିବାରେ ବିଳମ୍ବ ହେଲେ ଅଧା ବାଟକୁ ଯାଇ ହକରକୁ ଖୋଜିବା ପରି ବିରଳ କଥା 'ଗେଲୀ' ନିକଟରେ ଦେଖିବାକୁ ମିଳେ ବୋଲି କୁହନ୍ତି ଖବର କାଗଜ ବିକ୍ରେତା ମାଧବାନନ୍ଦ ପଟ୍ଟନାୟକ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ତାକୁ ଯଦି ଅନ୍ୟ କେହି ଖବର କାଗଜ ବଢାନ୍ତି ସେ ସହଜରେ ଗହଣ କରେନାହିଁ। ଏପରିକି ତା' ହାବୁଡ଼ରେ ଖବର କାଗଜ ପଡ଼ିଲେ ସେ ନିଜ ମାଲିକଙ୍କ ବ୍ୟତୀତ ଆଉ କାହାକୁ ପଢିବାକୁ ଦିଏନାହିଁ। ଏଭଳି ଚକିତ କଲାଭଳି କାର୍ଯ୍ୟ କରି 'ଗେଲୀ' ବାଗଲପୁର ମୌଜାରେ ଏବେ ବେଶ୍ ଚର୍ଚ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe