ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର କରୁଣ ଦୃଶ୍ୟ: ଗଛମୂଳେ ରୋଗୀଙ୍କ ସମ୍ପର୍କୀୟ, ଆହାର ପାଇଁ ଇଟା ଓ ଟିଫିନ୍‌ ଥୋଇ ଲାଇନ୍‌

Advertisment
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର କରୁଣ ଦୃଶ୍ୟ: ଗଛମୂଳେ ରୋଗୀଙ୍କ ସମ୍ପର୍କୀୟ, ଆହାର ପାଇଁ ଇଟା ଓ ଟିଫିନ୍‌ ଥୋଇ ଲାଇନ୍‌

Sambad

କଟକ: ଚିକିତ୍ସା ପାଇଁ ବେଡ୍‌ ଖଣ୍ଡିଏ ମିଳୁନି। ଗଛ ମୂଳ, ବାରଣ୍ଡା ପାଲଟୁଛି ରୋଗୀଙ୍କ ଭରସା। ବର୍ଷ ବର୍ଷ ହେଲା ଏଭଳି ଦୃଶ୍ୟ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ରୋଗୀଙ୍କ ପାଇଁ ଦେହସୁଆ ହୋଇଗଲାଣି। ଗଛମୂଳରେ ବର୍ଷା, ଥଣ୍ଡା, କାକରରେ ଚିକିତ୍ସା ପାଇଁ ରୋଗୀ ଓ ସଂପର୍କୀୟ ପଡ଼ି ରହୁଛନ୍ତି। ହେଲେ ଖାଇବାକୁ ମୁଠାଏ ଆହର ପାଇଁ ଯେଉଁ ବିକଳ ସ୍ଥିତି ଦେଖିବାକୁ ମିଳିଛି ତାହା ସବୁ ଦୁର୍ଦ୍ଦଶାକୁ ବଳି ଯାଉଛି। ଆହାର କେନ୍ଦ୍ରରେ ୫ଟଙ୍କିଆ ଭାତ ଡାଲମା ପାଇଁ ସକାଳୁ ଇଟା, ଟିଫିନ୍‌ ଥୋଇ ଧାଡି ଲଗାଉଛନ୍ତି ‌ରୋଗୀ ସଂପର୍କୀୟ।

ବିଭିନ୍ନ ପରୀକ୍ଷା କରାଇବା ଓ ଡାକ୍ତର ଦେଖାଇବା ପାଇଁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିବେ ନା ଏପଟେ ‘ଆହାର’ ମୁଠାକ ପାଇଁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିବେ? ରବିବାର ଓ ଛୁଟି ଦିନରେ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଉକ୍ତ ଦିନ ବିଭିନ୍ନ ସାମାଜିକ ସଂଗଠନ ଭରସାରେ କର୍କଟ କେନ୍ଦ୍ରର ରୋଗୀ ଓ ସଂପର୍କୀୟ ପଡ଼ି ରହୁଛନ୍ତି। ପୂର୍ବଭାରତର ଏକମାତ୍ର ସରକାରୀ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଏଭଳି ଦୃଶ୍ୟ ଏବେ ସମସ୍ତଙ୍କୁ ବ୍ୟଥିତ କରୁଛି। କେବେ ସୁଧୁରିବ ଏ ଦୃଶ୍ୟ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe