‘ସମ୍ବାଦ-ସାହିତ୍ୟଘର’ ବୃକ୍ଷରୋପଣ ଅଭିଯାନ ଉଦ୍‌ଘାଟିତ, ମା’ ଶାରଳା ସଦନ ପ୍ରାଙ୍ଗଣରେ ଶୁଭାରମ୍ଭ କଲେ ବୁଦ୍ଧିଜୀବୀ

Advertisment
‘ସମ୍ବାଦ-ସାହିତ୍ୟଘର’ ବୃକ୍ଷରୋପଣ ଅଭିଯାନ ଉଦ୍‌ଘାଟିତ, ମା’ ଶାରଳା ସଦନ ପ୍ରାଙ୍ଗଣରେ ଶୁଭାରମ୍ଭ କଲେ ବୁଦ୍ଧିଜୀବୀ

Sambad

କଟକ: ବିଶ୍ବ ପରିବେଶ ଦିବସ ଅବସରରେ ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ ହୋଇଛି। ସାରସ୍ବତ ଅନୁ୍ଷ୍ଠାନ ‘ବନ୍ଦେ ଉତ୍କଳ’ର ପ୍ରତିଷ୍ଠାତା ଆଇନଜୀବୀ ଦେବସ୍ନାନ ଦାସଙ୍କ ଆବାହକତ୍ବରେ ବଙ୍ଗାଳିସାହିସ୍ଥିତ ମା’ ଶାରଳା ସଦନ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ପ୍ରଫେସର ସଂଜୟ କୁମାର ସାମନ୍ତରାୟ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଡେପୁଟି କଂଜରଭେଟର(ଫରେଷ୍ଟ) ଜିତେନ୍ଦ୍ରନାଥ ଦାସ, ସ୍ଥାନୀୟ କର୍ପୋରେଟର୍‌ ବନଲତା ପ୍ରଧାନ ପ୍ରମୁଖ ‌ଅତିଥି ଭାବେ ବୃକ୍ଷରୋପଣ କରି ଅଭିଯାନର ଶୁଭ ଉଦ୍‌ଘାଟନ କରିଥିଲେ। ପରିବେଶ ସୁରକ୍ଷା ଲକ୍ଷ୍ୟ‌ ନେଇ ‘ସମ୍ବାଦ-ସାହିତ୍ୟଘର’ ଆୟାଜନ କରୁଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ‘ସମ୍ବାଦ’ କଟକ ସଂସ୍କରଣ ଏଜିଏମ୍ (ନ୍ୟୁଜ୍) କୃଷ୍ଣପ୍ରସାଦ ଦାସ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକ, ହାଇକୋର୍ଟ ବାର୍ ଆସୋସିଏସନ୍ ସଂପାଦକ ଆଲୋକ ପ୍ରସାଦ ନନ୍ଦ, ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥ, ଡାକ୍ତର ରବିରଂଜନ ସାହୁ, ସମାଜସେବୀ ଆଶୋକ ସାମଲ, ପ୍ରାକ୍ତନ ୱାର୍ଡେନ୍‌ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ହାଇକୋର୍ଟ ବାର୍ ଆସୋସିଏସନ୍ ପୂର୍ବତନ ସଂପାଦକ ବିଜୟ କୁମାର ରଗଡ଼, ଉତ୍କଳ ପାଠକ ସଂସଦ ସଂପାଦକ ସୁବ୍ରତ ପ୍ରିୟବ୍ରତ ମହାନ୍ତି, ରାମକୃଷ୍ଣ କୁଟୀର ଯୁଗ୍ମ-ସଂପାଦକ ଭୁବନାନନ୍ଦ ମହାନ୍ତି, କଟକ ବାର୍‌ ଆସୋସିଏସନ୍ ପୂର୍ବତନ ସଂପାଦକ ଆଇନଜୀବୀ ବିଶ୍ବଜିତ ମହାପାତ୍ର, ଆଇନଜୀବୀ ରାକେଶ କୁମାର ମଲ୍ଲିକ, ଦେବାଶିଷ ବିଶ୍ବାଳ, ଆଇନଜୀବୀ ଇଂଜିନିୟର ଆକାଶ ଭୂୟାଁ, ପ୍ରକାଶ ଚୌଧୁରୀ, ରାଜନାରାୟଣ ପଟ୍ଟନାୟକ, ବ୍ରଜଭୂଷଣ ସାହୁ, ବିକାଶ ଦଳାଇ, ନିରୋଜ ସିଂହ, ରାଜୀବ ଦାସ, ପବନ କମାଣୀ, ଡାକ୍ତର ଅର୍ଜୁନ ସବ୍ୟସାଚୀ ଦାସ, ‘ସେରମ ଇଣ୍ଡିଆ’ର ବରିଷ୍ଠ ଅଧିକାରୀ ସଚ୍ଚିନନ୍ଦନ ଦାସ, ପରିବେଶବିତ ଦେବୀପ୍ରସାଦ ଦାସ, ଇଞ୍ଜିନିୟର ପ୍ରମୋଦ ଚନ୍ଦ୍ର ମହାନ୍ତି, ସମବାୟବିତ ପ୍ରତାପ ଚନ୍ଦ୍ର ସାମଲ, ଡକ୍ଟର ଅମରେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ‘ସମ୍ବାଦ’ କଟକ ସଂସ୍କରଣର ମୁଖ୍ୟ ସହସଂପାଦକ ସଚ୍ଚିକାନ୍ତ ନାଥ, ଗଦାଧର ପଣ୍ଡା, ଅଶ୍ବିନୀ କୁମାର ଦାସ, ସୌମ୍ୟରଂଜନ ପାତ୍ରଙ୍କ ସମେତ ଲୁନା ଦାସ, ଆଦ୍ୟାଶକ୍ତି ପ୍ରିୟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛବିଳ ସାହୁ ଓ ସ୍ମୃତିରଂଜନ ସାମଲ ସହଯୋଗ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆସନ୍ତା ଦୁଇମାସ ଧରି ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe