ଏସ୍‌ସିବି ସଂପ୍ରସାରଣ ଓ ପ୍ଲାଟିନମ୍‌ ଜୁବଲି, ନବୀକରଣ, ସୋନ୍ଦର୍ଯ୍ୟକରଣ କାମ ୧୬ ସୁଦ୍ଧା ସାରିବାକୁ ଯୋଜନା

Advertisment
ଏସ୍‌ସିବି ସଂପ୍ରସାରଣ ଓ ପ୍ଲାଟିନମ୍‌ ଜୁବଲି, ନବୀକରଣ, ସୋନ୍ଦର୍ଯ୍ୟକରଣ କାମ ୧୬ ସୁଦ୍ଧା ସାରିବାକୁ ଯୋଜନା

Sambad

କଟକ: ପ୍ଲାଟିନମ୍‌ ଜୁବଲି ଓ ଏସ୍‌ସିବି ସଂପ୍ରସାରଣ ଯୋଜନା କିପରି ଚାଲିଛି ସେ ନେଇ ପୂର୍ତ୍ତବିଭାଗ ଓ ଓବିସିସିର ଏକ ଟିମ୍‌ କଟକ ବଡ଼ଡାକ୍ତରଖାନା, ତାଳଦଣ୍ଡା କେନାଲ ରାସ୍ତା କାର୍ଯ୍ୟ ତଦାରଖ କରିଛନ୍ତି। ପ୍ଲାଟିନମ୍‌ ଜୁବଲି ପାଇଁ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ନଭେମ୍ବର ୧୬ସୁଦ୍ଧା ସାରିବା ଉପରେ ଗୁରୁତ୍ବାରୋପ କରିଥିଲେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର। ଏହି ଅବସରରେ ଏସ୍‌ସିବି ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ମଧ୍ୟ ଉପସ୍ଥିତ ରହି ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ।

ପ୍ଲାଟିନମ୍‌ ଜୁବଲି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଅତିଥିଭାବେ ନିମନ୍ତ୍ରଣ ପଠାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି। ଯେହେତୁ କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ ଭାବେ ଗଡି ତୋଳିବା ପାଇଁ ସରକାର ଘୋଷଣା କରିସାରିଛନ୍ତି ଓ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି, ତେଣୁ ପ୍ଲାଟିନମ୍‌ ଜୁବଲି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଜିର ଗସ୍ତ ଓ କାର୍ଯ୍ୟ ସମୀକ୍ଷା ସମୟରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଭାସ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ସାମଲ, ଓବିସିସିର ନିର୍ବାହୀ ଯନ୍ତ୍ରୀ ପ୍ରକାଶ ବେହେରାଙ୍କ ସମେତ ଜିଇଡି ଓ ବିଭିନ୍ନ ବିଭାଗର ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ। ଏସ୍‌ସିବିକୁ ସଂଯୋଗ କରୁଥିବା ରାସ୍ତାଘାଟ, ବିଭିନ୍ନ ବିଭାଗର କୋଠା ନଭେମ୍ବର ୧୬ତାରିଖ ତାରିଖ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଓବିସିସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ଯୋଜନାରେ ଦୁଇଟି ପାର୍କ କରାଯିବ। ତାସହିତ ଆଲୋକୀକରଣ, ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଉଛି। ଏଥିସହିତ ଏସ୍‌ସିବିକୁ ସଂଯୋଗ କରୁଥିବା ରାସ୍ତା, ଆକୋକୀକରଣ ବ୍ୟବସ୍ଥା ଉପରେ ଫୋକସ୍‌ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe