ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର ପାଇଁ ପୁଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର ପାଇଁ ପୁଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ପୁତ୍ରବଧୂ ଦ୍ବାରା ନିଜ ଘରର ଏକ କୋଠରିରେ ଅାବଦ୍ଧ ହୋଇ ରହିଥିବା ବୃଦ୍ଧ ଦମ୍ପତିଙ୍କୁ ତୁରନ୍ତ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ରଣପୁର ଥାନା ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଉଦ୍ଧାର ପରେ ବୃଦ୍ଧ ଦମ୍ପତିଙ୍କୁ ଉପଯୁକ୍ତ ଚିକିତ୍ସା ଓ ଅାଇନଗତ ସୁବିଧା ଯୋଗାଇ ଦେବା ପାଇଁ ଅାଦେଶ ଦିଆଯାଇଛି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓ ଜଷ୍ଟିସ ଜେ. ପି. ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ହେବିୟସ କର୍ପସ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅାବେଦନକାରୀଙ୍କ ପକ୍ଷରୁ ଅାଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଡିହଗାଁରେ ଏକାକୀ ରହୁଥିବା ବୃଦ୍ଧ ଦମ୍ପତିଙ୍କୁ ସେମାନଙ୍କ ନିଜ ଘରେ ପୁତ୍ରବଧୂ ବେଆଇନ ଭାବେ ଅଟକ ରଖିଥିବା ନେଇ ଅଭିଯୋଗ ହୋଇଥି‌ଲା। ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟିବାକୁ ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ବାପା-ମା'ଙ୍କୁ ଉଦ୍ଧାର ପାଇଁ ଝିଅ ପ୍ରଭାସିନୀ ରାଉତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ବାପା ପକ୍ଷାଘାତରେ ଆକ୍ରାନ୍ତ ହୋଇଥିିବା ବେଳେ ମା ମଧ୍ୟ ବୃଦ୍ଧାବସ୍ଥାରେ ଅଛନ୍ତି। ସେମାନଙ୍କୁ ଗୋଟିଏ ଘରେ ବନ୍ଦ କରି ରଖାଯାଇଛି। ଜୀବନ ପ୍ରତି ବିପଦ ରହିଛି। ତୁରନ୍ତ ବୃଦ୍ଧ ଦମ୍ପତିଙ୍କ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe