ପୁଲିସ୍ ଉପରେ ନଜର ରଖିବ ପୁଲିସ୍‌, ୨୩ ଥାନାରେ ଲାଗିଲା ୪୮୩ ଭଏସ୍‌ ରେକର୍ଡ କ୍ୟାମେରା, ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌

Advertisment
ପୁଲିସ୍ ଉପରେ ନଜର ରଖିବ ପୁଲିସ୍‌, ୨୩ ଥାନାରେ ଲାଗିଲା ୪୮୩ ଭଏସ୍‌ ରେକର୍ଡ କ୍ୟାମେରା, ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌

Sambad

କଟକ-ମହାନଦୀବିହାର: କଟକ କମିସନରେଟ୍‌ ପୁଲିସର ୨୩ଟି ଥାନାରେ ଭଏସ୍‌ ରେକର୍ଡ କ୍ୟାମେରା ଲଗାଯାଇଛି। ସବୁ ଥାନାର ଆଇଆଇସିଙ୍କ କକ୍ଷ, ରେକର୍ଡ କକ୍ଷ, ମାଲଖାନା, ଡିସିଓ କକ୍ଷ, ହାଜତ, କମ୍ପ୍ୟୁଟର ରୁମ୍‌, ଅଭ୍ୟର୍ଥନା କକ୍ଷ, ମହିଳା-ଶିଶୁ ଡେସ୍କ୍‌, ଅଭିଯୋଗ କକ୍ଷ ଏବଂ ଅନ୍ୟ ଅଧିକାରୀଙ୍କ କକ୍ଷରେ ଏହି କ୍ୟାମେରା ଲାଗିଛି। ଗୋଟିଏ ଥାନାରେ ପ୍ରାୟ ୨୧ଟି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହୋଇଛି। ପୁଲିସ ମୁଖ୍ୟାଳୟ, କଟକ-ଭୁବନେଶ୍ୱର ପୁଲିସ କମିସନର ଅଫିସ୍‌, କଟକ ଡିସିପି ଅଫିସ୍‌ରୁ ଏହାକୁ ନିୟନ୍ତ୍ରଣ କରାଯିବ। ଗୋଟିଏ ଗୋଟିଏ ଥାନାରେ ଏଥିପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ମିଳିଛି। ମଙ୍ଗଳବାଗ୍‌ ଥାନା, କ୍ୟାଣ୍ଟନମେଣ୍ଟ୍‌ ଥାନା, ମାଲଗୋଦାମ ଥାନାରେ ଏହି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷମ ହୋଇସାରିଛି।

ସୂଚନାଥାଉ କି ଅନେକ ସମୟରେ ପୁଲିସ କର୍ମଚାରୀଙ୍କ ଥାର୍ଡ ଡିଗ୍ରିରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଥାଏ। ସେହିପରି ମାନବାଧିକାର ଉଲ୍ଲଂଘନ, ଥାନା ଅଧିକାରୀଙ୍କ ବିରୋଧରେ ନାନା ଅଭିଯୋଗ ଆସିଥାଏ। ଏହାର ସତ୍ୟତା ଯାଞ୍ଚ୍‌ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଅଭିଯୋଗକାରୀଙ୍କୁ ପ୍ରତି ପୁଲିସର ବ୍ୟବହାର କିଭଳି, କଣ୍ଟ୍ରୋଲ ରୁମ୍‌ରେ ରହି ଉଚ୍ଚ ଅଧିକାରୀମାନେ ଏହାର ଯାଞ୍ଚ୍‌ କରିପାରିବେ। ଏସବୁ ଥାନା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯିବା ସହ ସବୁ ଅଫିସ୍‌ରେ ୬ଜଣ କର୍ମଚାରୀ ୩ଟି ସିଫ୍ଟରେ ୨୪ ଘଣ୍ଟା କାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe