କଟକରୁ ୮୬୮ ସଂକ୍ରମିତ, ସୁସ୍ଥ ହେଲେ ୩୯୭

Advertisment

ଶନିବାର ଦିନ ୨ୟ ଲହରରେ ସର୍ବାଧିକ ୬୨୦୯ ଟେଷ୍ଟିଂ

ଶନିବାର ଦିନ ୨ୟ ଲହରରେ ସର୍ବାଧିକ ୬୨୦୯ ଟେଷ୍ଟିଂ

ଦେଶରେ ୩୮୭୯୨ ନୂଆ ଆକ୍ରାନ୍ତ, ୬୨୪ ମୃତ

tvo.org

କଟକ: କଟକରେ ୮୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସହରରୁ ୨୮୧ଜଣ ଓ ଗ୍ରାମାଞ୍ଚଳରୁ ୫୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶନିବାର  ୩୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶନିବାର ୨ୟ ଲହରରେ ସର୍ବାଧିକ  ୬୨୦୯ କରୋନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୬୮୫ଟି ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ୪୬୮ଜଣ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅର୍ଥାତ ସଂକ୍ରମଣ ହାର ୧୭ ପ୍ରତିଶତ ଉପରେ ରହିଛି। ସହରରେ ୨୫୭ଜଣ  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସିଡିଏର ବିଭିନ୍ନ ସେକ୍ଟରରୁ ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବିଡାନାସୀରୁ ୧୩, ବକ୍ସିବଜାରରୁ ୧୨ ସମେତ ସହରର ୫୦ରୁ ଅଧିକ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଇଷ୍ଟିଚ୍ୟୁସନାଲ କ୍ବାରେଣ୍ଟିନ୍‌ରୁ ୪୭, ଗୃହ ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମଣରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କଟକ ଗ୍ରାମାଞ୍ଚଳରୁ ୫୬୨ଜଣ ସଂକ୍ରମିତଙ୍କ ମଧ୍ୟରୁ  ଆଠଗଡ଼ରୁ ସର୍ବାଧିକ ୬୮, କଟକ ସଦରରୁ  ୪୯, ବଡ଼ମ୍ବାରୁ ୨୮, ବାଙ୍କୀରୁ ୩୬, ବାରଙ୍ଗରୁ ୩୧, ଚୌଦ୍ବାରରୁ ୨୪, ଡମପଡାରୁ ୫,  କଣ୍ଟାପଡାରୁ ୪୨, ମାହାଙ୍ଗାରୁ ୪୯, ନରସିଂହପୁରରୁ ୫୧, ନିଆଳିରୁ ୪୦, ନିଶ୍ଚିନ୍ତକୋଇଲି ୩୩, ସାଲେପୁରରୁ ୪୦, ଟାଙ୍ଗୀରୁ ୫୬, ତିଗିରିଆରୁ ୧୦ ଓ ଅନ୍ୟଜିଲ୍ଲାରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରେ ଶନିବାର  ୬୨୦୯ କରୋନା ପରୀକ୍ଷା ହୋଇଥିଲା। ସେଥିରୁ ୨୬୮୫ଟି ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ  ୪୬୮ଜଣ ଜଣ ପଜିଟିଭ୍‌  ହୋଇଥିବାବେଳେ ଆଠଗଡ଼ରୁ ୩୯, ବାଙ୍କୀରୁ ୧୯, ସାଲେପୁରରୁ ୨୯,  ଟାଙ୍ଗୀ ୨୦, ତିଗିରିଆ ୬, ଡମପଡାରୁ ୧୪,   କଣ୍ଟାପଡାରୁ ୧୦, ମାହାଙ୍ଗାରୁ ୧୬, ବାରଙ୍ଗରୁ ୨୩ , ବଡମ୍ବା ୧୧, ନରସିଂହପୁର ୨୭, ନିଶ୍ଚନ୍ତକୋଇଲି ୩୪, ସଦର ୨୨, ନିଆଳି ୩୧,  ‌ରେଲୱେ ‌େଷ୍ଟସନରୁ  ୫, ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୨, ଚାଉଳିଆଗଞ୍ଜରୁ ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe