କଟକରେ ସଂକ୍ରମଣ ସ୍ଥିତି ସଙ୍ଗିନ୍‌; ତିନିଦିନ ହେଲା ଗାଁରେ ୫ଶହରୁ ଖସୁନି ସଂକ୍ରମିତଙ୍କ ସଂଖ୍ୟା

Advertisment

ତିନିଦିନରେ ସଂକ୍ରମିତ ୩୧୦୧; ଗାଁରୁ ୧୫୮୨, ସହରରୁ ୧୪୧୨; ୧୦୭୩ ସଂକ୍ରମିତରୁ ସହରରୁ ୪୬୬, ଗାଁରୁ ୫୫୧; ୭ବ୍ଲକ୍‌ରେ ଆଣ୍ଟିଜେନ୍‌ ଟେଷ୍ଟିଂ ବନ୍ଦ

ତିନିଦିନରେ ସଂକ୍ରମିତ ୩୧୦୧; ଗାଁରୁ ୧୫୮୨, ସହରରୁ ୧୪୧୨; ୧୦୭୩ ସଂକ୍ରମିତରୁ ସହରରୁ ୪୬୬, ଗାଁରୁ ୫୫୧; ୭ବ୍ଲକ୍‌ରେ ଆଣ୍ଟିଜେନ୍‌ ଟେଷ୍ଟିଂ ବନ୍ଦ

କଟକରେ ସଂକ୍ରମଣ ସ୍ଥିତି ସଙ୍ଗିନ୍‌; ତିନିଦିନ ହେଲା ଗାଁରେ ୫ଶହରୁ ଖସୁନି ସଂକ୍ରମିତଙ୍କ ସଂଖ୍ୟା

Navbharat Times

କଟକ: କଟକରେ କରୋନାର ସଙ୍ଗିନ ସ୍ଥିତି। ସହର ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ। ଗଲା ତିନିଦିନର ତଥ୍ୟ ଯଦି ଦେଖାଯାଏ, ତେବେ କଟକ ଜିଲ୍ଲାରେ ୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗ୍ରାମାଞ୍ଚଳରୁ ୧୫୮୨ଜଣ ଓ ସହରରୁ ୧୪୧୨ଜଣ ହୋଇଛନ୍ତି। ଗତକାଲି ମୋଟ ୧୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗାଁରୁ ୫୫୧ ଓ ସହରରୁ ୪୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଅନ୍ୟପଟେ କଟକ ଜିଲ୍ଲାରୁ ଆଜି ୭୭୦ ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ଫଳରେ କଟକରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିଛି। ରବିବାର ଗ୍ରାମାଞ୍ଚଳର ଆଠଗଡ଼, ସାଲେପୁର, ଟାଙ୍ଗୀ, ତିଗିରିଆ, ଡମପଡ଼ାରୁ, ନିଶ୍ଚିନ୍ତକୋଇଲି, କଟକ ସଦର ତଥା ବିଭିନ୍ନ ସ୍ଥାନରେ ଆଣ୍ଟିଜେନ୍‌ ଟେଷ୍ଟିଂ ବନ୍ଦ ରହିଥିବା ଜଣାପଡ଼ିଛି।

ସହରରେ ୪୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ସିଡିଏର ବିଭିନ୍ନ ସେକ୍ଟରରୁ ୩୫ଜଣ, ଜଗତପୁର, କଲ୍ୟାଣୀନଗର ଓ ବକ୍ସିବଜାରରୁ ୧୭ ଜଣ ଲେଖାଏ, ତୁଳସୀପୁରରୁ ୧୬, ପିଠାପୁରରୁ ୧୩, ମହାନଦୀବିହାର ଓ ଚାଉଳିଆଗଞ୍ଜରୁ ୧୦ଜଣ ଲେଖ‌ାଏଙ୍କ ସମେତ ସହରର ବିଭିନ୍ନ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲୋକାଲ କଂଟାକ୍ଟରୁ ୧୭୬ଜଣ, ଗୃହ ସଂଗରୋଧରୁ ୨୦୧, ଇନଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ୍‌ରୁ ୮୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଗ୍ରାମାଞ୍ଚଳର ଆଠଗଡ଼ରୁ ସର୍ବାଧିକ  ୭୯ଜଣ, କଟକ ସଦରରୁ ୬୦, ବାରଙ୍ଗରୁ ୫୮, ଟାଙ୍ଗୀରୁ ୫୬, ମାହାଙ୍ଗାରୁ ୫୩, ବାଙ୍କୀ କଣ୍ଟାପଡ଼ାରୁ ୩୭ଜଣ ଲେଖା‌ଏ, ନରସିଂହପୁରରୁ ୩୬, ଚୌଦ୍ବାରରୁ ୩୨, ସାଲେପୁରରୁ ୩୧, ନିଶ୍ଚିନ୍ତକୋଇଲିରୁ ୨୫, ନିଆଳିରୁ ୧୯, ବଡ଼ମ୍ବାରୁ ୧୬, ଡମପଡ଼ାରୁ ୧୧, ତିଗିରିଆରୁ ଜଣେ ଓ ଅନ୍ୟ ଜିଲ୍ଲାରୁ ୫୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରବିବାର କଟକରେ ହୋଇଥିବା ଆଣ୍ଟିଜେନ୍‌ ପରୀକ୍ଷାରେ ୧୩୬ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଠଗଡ଼ରୁ ୨୬,  ବାଙ୍କୀରୁ ୧୩, କଣ୍ଟାପଡାରୁ ୧୨, ମାହାଙ୍ଗାରୁ ୩୦, ନରସିଂହପୁରରୁ  ଜଣେ, ନିଆଳିରୁ ୭, ‌ରେଳଷ୍ଟେସନ୍‌ରୁ ଜଣେ,  ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରୁ ୨୫ଜଣ, ଚାଉଳିଆଗଞ୍ଜ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରୁ ୨୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe