ଖାଦ୍ୟ ‌ଦୋକାନୀଙ୍କୁ କରାଯିବ ସଚେତନ; ନକଲି କାରଖାନା ଠାବ ପରେ ସିଏମସି୍‌ର ପ୍ରୟାସ; ସିଏମ୍‌ସିରେ ଆରମ୍ଭ ହେବ ‘ଫୋଷ୍ଟାକ’ ଯୋଜନା

Advertisment
ପୌର ନିଗମରେ ୪୮୪ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ଦ୍ବନ୍ଦ୍ବ: କେଉଁ ବର୍ଗରେ କେତେ ନିଯୁକ୍ତି ସୂଚନା ନାହିଁ

Sambad

କଟକ: ମହାନଗର ନିଗମରେ ରାସ୍ତାକଡ଼ରେ ଥିବା ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ସିଏମ୍‌ସି ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଫୁଡ୍‌ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍‌’ (ଫୋଷ୍ଟାକ) ଯୋଜନା। ଏଥିରେ ବ୍ୟବସାୟୀଙ୍କୁ ଖାଦ୍ୟ ପ୍ରସ୍ତୁତି ପାଇଁ ସାମଗ୍ରୀ କିଣିବାଠାରୁ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କରିବା ଉପରେ ପ୍ରଶିକ୍ଷଣ ସହିତ ସଚେତନ କରାଯିବ। ସିଏମ୍‌ସି ଅଞ୍ଚଳରେ ଗତ ୩ମାସ ମଧ୍ୟରେ ଏକାଧିକ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କାରଖାନ ଠାବ କରାଯାଇଛି। ସାଧାରଣ ଲୋ‌କେ ଯେପରି ବଜାରରୁ ଉତ୍ତମ ମାନର ଖାଦ୍ୟ କିଣିପାରିବେ, ସେଥିପାଇଁ ଖାଦ୍ୟ ବ୍ୟବସାୟୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ମହାନଗର ନିଗମ ଅଞ୍ଚଳର ବିଭନ୍ନ ଛକ ଓ ରାସ୍ତାକଡ଼ରେ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଫୋଷ୍ଟାକ’ ଯୋଜନା। ଏଥିରେ ସହରର ଖାଦ୍ୟଦୋକାନୀଙ୍କୁ ଖାଦ୍ୟ ପ୍ରସ୍ତୁତ ପାଇଁ ସାମଗ୍ରୀ କିଣିବା ସମୟରେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦିଆଯିବା ଜରୁରୀ ତାହା ପ୍ରଶିକ୍ଷଣ ଦିଆଯିବ।

ଏହା ସହ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ, ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନ, ଖାଦ୍ୟ ପରିବେଷଣ, ଏଥିରେ ବ୍ୟବହାର ହେଉଥିବା ପାଣି ଆଦି ବିଷୟରେ ସଚେତନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସିଏମ୍‌ସିର ୧୨, ୧୩, ୧୪ ଓ ୧୮ ନମ୍ବର ୱାର୍ଡ ସହିତ ହାଇକୋର୍ଟ ପରିସର ଭିତରେ ଓ ବାହାର ଅଞ୍ଚଳର ଖାଦ୍ୟ ଦୋକାନୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ଦୋକାନୀଙ୍କୁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିବାକୁ କୁହାଯାଇଥିଲା। ଏବେ ସୁଦ୍ଧା ହାଇକୋର୍ଟ ଅଞ୍ଚଳର ୫୫ରୁ ଅଧିକ ଦୋକାନୀ ସେମାନଙ୍କ ନାମ ପଞ୍ଜୀକୃତ କରିଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ଦିନରେ ଏହି ଯୋଜନାକୁ ସହରର ଅନ୍ୟ ଅଞ୍ଚଳରେ କରିବାକୁ ନିଗମ ପକ୍ଷରୁ ସ୍ଥିର କରାଯାଇଛି। କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ ତିନିମାସ ମଧ୍ୟରେ ୧୮ରୁ ଅଧିକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ପୁଲିସ ଓ ସିଏମ୍‌ସିର ମିଳିତ ଚଢାଉରେ ଅପମିଶ୍ରିତ ମସଲା, ସୋୟାବିନ୍, ଘିଅ, ସସ୍‌, ପାନ ମସଲା ପ୍ରସ୍ତୁତକାରୀ କାରଖାନ ଠାବ କରାଯିବା ସହିତ ଅପମିଶ୍ରିତ ପନିର୍‌ ମଧ୍ୟ ଜବତ ହୋଇଛି। ନକଲି କାରଖାନା ମଧ୍ୟରେ ଖାଦ୍ୟସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନି ଅଧିକ ରହିଛି। ନକଲି ସାମଗ୍ରୀ ବଜାରରେ ବିକ୍ରି ହେଉଥିବାବେଳେ ଏହାକୁ ସହଜରେ ସାଧାରଣ ଲୋକେ ଧରିପାରୁ ନାହାନ୍ତି। ବି‌ଶେଷ ଭାବେ ରାସ୍ତାକଡ଼ର ଖାଦ୍ୟଦୋକାନୀଙ୍କୁ ଏହା ଉପରେ ସଚେତନ କରାଇବାକୁ ସିଏମ୍‌ସି ପକ୍ଷରୁ ଏପରି ଯୋଜନା ଆରମ୍ଭ କରାଯାଉଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe