ଓଡ଼ିଶାରେ ପ୍ରଥମ: ଭିତ୍ତିପ୍ରସ୍ତର ହେଲା ଆଳୁ ଚାରା ଉତ୍ପାଦନ କେନ୍ଦ୍ର

କଟକ ଜିଲ୍ଲା ବାଙ୍କୀରେ ବାୟୋଟେକନୋଲୋଜିରେ ତିଆରି ହେବାକୁ ଯାଉଛି ଆଳୁ ଚାରା। ବାଙ୍କୀର ଜନସାଧାରଣ କୃଷି ଉପରେ ନିର୍ଭର କରନ୍ତି। ବାଙ୍କୀ ହେଉଛି କଟକ ଓ ଭୁବନେଶ୍ୱରର ତରକାରୀ ହାଣ୍ଡି।

banki

କଳାପଥର: କଟକ ଜିଲ୍ଲା ବାଙ୍କୀରେ ବାୟୋଟେକନୋଲୋଜିରେ ତିଆରି ହେବାକୁ ଯାଉଛି ଆଳୁ ଚାରା। ବାଙ୍କୀର ଜନସାଧାରଣ କୃଷି ଉପରେ ନିର୍ଭର କରନ୍ତି। ବାଙ୍କୀ ହେଉଛି କଟକ ଓ ଭୁବନେଶ୍ୱରର ତରକାରୀ ହାଣ୍ଡି। ବାଙ୍କୀ ହେଉଛି ସବୁଜ ପନି ପରିବାର ଏନ୍ତୁଡ଼ିଶାଳ। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ କିଆପଲ୍ଲା ପଂଚାୟତ ନରଣ ପୁର ଠାରେ ବୃନ୍ଦାବନ ବାୟୋଟେକ୍‌ଙ୍କ ଆୟୋଜକଙ୍କ ଦ୍ଵାରା ଆଳୁମଞ୍ଜି ଉତ୍ପାଦନ କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ କଟକ ଜିଲାପାଳ ଦତ୍ତାତ୍ରୟ ଭାଓ ସାହେବ୍ ସିନ୍ଦେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ରାଜ୍ୟରେ ବ୍ୟାପକ ଆଳୁ ଉତ୍ପାଦନ ଲକ୍ଷ୍ୟ ରଖି କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ କିଆପଲ୍ଲା ପଂଚାୟତ ନରଣ ପୁର ଠାରେ ବୃନ୍ଦାବନ ବାୟୋଟେକ୍‌ଙ୍କ ଆୟୋଜକଙ୍କ ଦ୍ଵାରା ଆଳୁମଞ୍ଜି ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଛି।

ଜିଲ୍ଲା ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ଏସ ରାମା ରାଓ, ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ଚନ୍ଦ୍ର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ରାଜ୍ୟ ତଥା କଟକ ଜିଲ୍ଲାରେ  ଆଳୁର ଅଭାବକୁ ପରିଲକ୍ଷିତ କରି ଇଂ ସତ୍ୟନାରାୟଣ ସାମନ୍ତ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ  ଆଲୋଚନା କରି ଏହି ମହତ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ଓଡିଶାରେ ପ୍ରଥମ ଏଭଳି ମହତ  କାର୍ଯ୍ୟକୁ କଟକ ଜିଲାପାଳ ପ୍ରଶଂସା କରିବା  ସହ ସଫଳ ହୁଏ କେବଳ ବାଙ୍କୀରେ ନୁହେଁ ସାରା ରାଜ୍ୟରେ ଏଭଳି କେନ୍ଦ୍ର ଖୋଲାଯାଇ ଆଳୁ ଚାଷ କରାଯିବ। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ରାଜ୍ୟ ଉପରେ ନିର୍ଭର ନକରି ଓଡ଼ିଶାର ଭବିଷ୍ୟତରେ  ଆଳୁ ସମସ୍ୟା ଦୁରେଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଙ୍କୀ ଉପଖଣ୍ଡର ପ୍ରତ୍ୟେକ ଚାଷୀମାନେ ଏଠାରୁ ଆଳୁ ମଞ୍ଜି ଚାରା ନେଇ ଚାଷ କରିବାକୁ ଆହ୍ବାନ ଦେଇଥିଲେ ବୃନ୍ଦାବନ ବାୟୋଟେକ୍ କେନ୍ଦ୍ରର ମୁଖ୍ୟ ପୂର୍ବତନ ବ୍ଲକ ଅଧକ୍ଷ ଇଂ ସତ୍ୟନାରାୟଣ ସାମନ୍ତ। ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।  

Cuttack

ରିପୋର୍ଟ: ମାନସ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe