କଲ୍ୟାଣୀନଗର ପ୍ରାଣକୃଷ୍ଣ ପରିଜା ଉଦ୍ୟାନ ଏବେ ସିଏମ୍‌ସି ଅଳିଆ ଗଦା

ବାରମ୍ବାର ଦାବି ପରେ ବି ଶୁଣୁ ନାହାନ୍ତି କର୍ତ୍ତୃପକ୍ଷ

କଲ୍ୟାଣୀନଗର ପ୍ରାଣକୃଷ୍ଣ ପରିଜା ଉଦ୍ୟାନ ଏବେ ସିଏମ୍‌ସି ଅଳିଆ ଗଦା

Sambad

ବିଦ୍ୟାଧରପୁର: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୫୩ କଲ୍ୟାଣୀ ନଗର ଠାରେ ଥିବା ପ୍ରାଣକୃଷ୍ଣ ପରିଜା ଉଦ୍ୟାନ ଏବେ ପାଲଟିଛି ସିଏମସିର ଅଳିଆ ଗଦା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୦୭ ମସିହାରେ ତତ୍କାଳୀନ ମେୟର ନିବେଦିତା ପ୍ରଧାନଙ୍କ ଦ୍ବାରା ଏହା ପ୍ରତିଷ୍ଠା କରାଯାଇଥିଲା। ଉଦ୍ୟାନ ଚାରିପଟେ ଲୁହା ଗ୍ରୀଲ୍ ସହ ସିମେଣ୍ଟ ପାଚେରୀ ନିର୍ମାଣ କରାଯାଇଥିଲା। ପ୍ରାଣକୃଷ୍ଣ ପରିଜାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ନିବେଦିତା ପ୍ରଧାନ ଉଦଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳ ପାଇଁ ଏହି ଉଦ୍ୟାନ ଅନ୍ୟତମ ଆକର୍ଷଣର ସ୍ଥାନ ଥିଲା। କିନ୍ତୁ ସିଏମସିର ଅବହେଳା ଯୋଗୁଁ ଏହି ଉଦ୍ୟାନ ଏବେ ଅଳିଆଗଦାରେ ପରିଣତ ହୋଇଛି। ଲୁହା ଗ୍ରିଲ୍ ସବୁ ସିମେଣ୍ଟ କଂକ୍ରିଟରୁ ତାଡ଼ି ନିଆଯାଇଛି। ପ୍ରାଣକୃଷ୍ଣ ପରିଜାଙ୍କ ପ୍ରତିମୂର୍ତ୍ତି ସମ୍ମୁଖ ଲୁହା ଗ୍ରିଲ୍ ଗେଟ୍ ବନ୍ଦ ହୋଇ ପଡିଛି।

ପାଚେରୀ ଭାଙ୍ଗି ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରୁ ସଂଗୃହିତ ଅଳିଆ ଆବର୍ଜନା ସବୁ ସି ଏମ୍ ସି ସୁଇପରଙ୍କ ଦ୍ବାରା ଏଠାରେ ଫିଙ୍ଗା ଯାଉଥିବା ଅଭିଯୋଗ କରିଛନ୍ତି ପୂଜା କମିଟିର ସଭାପତି ବିପିନ ବିହାରୀ ଭୋଳ। କଲ୍ୟାଣୀ ଟ୍ରଷ୍ଟର ପ୍ରତିଷ୍ଠାତା ଲିପ୍ତିମୟୀ ମହାନ୍ତି କହିଛନ୍ତି ଯେ ଅନେକ ଥର ଏହି ଉଦ୍ୟାନକୁ ସଫା କରିବା ପାଇଁ ସିଏମସି ସୁପରଭାଇଜରଙ୍କୁ କହିଥିଲେ ମଧ୍ୟ ସେ ତାହାକୁ ଗୁରୁତ୍ବ ଦେଉ ନାହାନ୍ତି। ନୂଆ ଉଦ୍ୟାନ ନିର୍ମାଣ ଆଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁରୁଣା ଉଦ୍ୟାନ ପ୍ରତି ଅବହେଳାର କାରଣକୁ ନେଇ ଅନେକ ଏବେ ପ୍ରଶ୍ନ କରୁଛନ୍ତି। ତୁରନ୍ତ ପ୍ରାଣକୃଷ୍ଣ ପରିଜା ଉଦ୍ୟାନର ସଫେଇ, ଭାଙ୍ଗି ଯାଇଥିବା ପାଚେରୀ ନିର୍ମାଣ କରି ପିଲାଙ୍କ ପାଇଁ ଖେଳ ସରଞ୍ଜାମ ବ୍ୟବସ୍ଥା କରିବାକୁ ଲିପ୍ତିମୟୀ ମହାନ୍ତି ଓ ମାନବିକ ଅଧିକାର ଡିଫେଣ୍ଡର ଅଭୟ ରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe