ଜାମିନ ପାଇଁ ହାଇକୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Advertisment
ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ଓ ତାଙ୍କ ସମର୍ଥକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ ଅଭିଯୋଗ ନେଇ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ବାଲୁଗାଁ ଥାନାରେ ଆଇପିସିର ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ସହିତ ଏସସି ଆଣ୍ଡ ଏସଟି(ପିଏ) ଆଇନର ଧାରା ୩(୧)(ଆର)(ଏସ)ରେ ଏତଲା ରୁଜୁ ହୋଇଥିଲା। ଏହାପରେ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଅକ୍ଟୋବର ୫ରେ ଅଗ୍ରାହ୍ୟ ହୋଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଜଗଦ୍ଦେବ ଗତ ୮ ତାରିଖ ଦିନ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ। ଅଦାଲତ ଜାମିନ ଆବେଦନ ଖାରଜ କରିବା ସହିତ ଶ୍ରୀ ଜଗଦ୍ଦେବଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ଜଗଦ୍ଦେବଙ୍କୁ ଅସୁସ୍ଥତା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe