‘ଜୱାଦ୍‌’ପାଇଁ ଏସ୍‌ସିବି ପ୍ରସ୍ତୁତ: ୮୦ ଶଯ୍ୟା, ୨୩ ଆଇସିୟୁ ସଂରକ୍ଷିତ

Advertisment
ଏସ୍‌ସିବିରେ କାଡାଭରିକ୍‌ ପ୍ରତିରୋପଣ

Worldorgs.com

କଟକ: ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି କଟକ ବଡ଼ଡାକ୍ତରଖାନାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମସ୍ତ ବିଭାଗକୁ ଆଲର୍ଟ କରାଯିବା ସହିତ କାଜୁଆଲିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩ ରୁ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଚକ୍ଷୁ ବିଭାଗର ତୃତୀୟ ମହଲାରେ ୮୦ଟି ସାଧାରଣ ଶଯ୍ୟା ଓ ୨୩ଟି ଆଇସିୟୁ ଶଯ୍ୟା ସଂରକ୍ଷିତ ରଖାଯାଇଛି। କାଜୁଆଲିଟିରେ ରୋଗୀ ବଢ଼ିଲେ ସେମାନଙ୍କୁ ଉକ୍ତ ମହଲାକୁ ସ୍ଥାନାନ୍ତର କରାଯିବ।

ଅନ୍ୟପକ୍ଷରେ ପ୍ରତ୍ୟେକ ବିଭାଗ ସୁରୁଖୁରୁରେ ଚାଲିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଅଧିକ କର୍ମଚାରୀ ଯୋଗାଡ଼ କରିଛନ୍ତି। ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବାତ୍ୟା ନିମନ୍ତେ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏଥିପାଇଁ ଡିଜି ସେଟ୍‌ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe