ଆଇଟି ଛାତ୍ରୀଙ୍କ ନିଆରା ପ୍ରୟାସ, ସୋସିଆଲ ମିଡିଆରେ ଓଡ଼ିଆ ଖାଦ୍ୟ

ଆଇଟି ଛାତ୍ରୀଙ୍କ ନିଆରା ପ୍ରୟାସ, ସୋସିଆଲ ମିଡିଆରେ ଓଡ଼ିଆ ଖାଦ୍ୟ

Sambad

କଟକ: ସୋସିଆଲ ମିଡିଆରେ ବ୍ଲଗ ରାଇଟିଂ ଜରିଆରେ ଓଡ଼ିଆ ଖାଦ୍ୟର ଚାହିଦା ବଢାଉଛନ୍ତି ଆଇଟି ଛାତ୍ରୀ ପ୍ରୀତିଶା ଦାଶ। କଟକ ଦହିବରା, କେନ୍ଦ୍ରାପଡା ରସାବଳୀ, ପୁରୀ ଗଜା, ନୟାଗଡ ଛେନାପୋଡ଼ ବାରିପଦା ମୁଢି ମାଂସ ହେଉ କି ଚୁଡାଘସା-ଡାଲମା ସବୁ ଖାଦ୍ୟର ସ୍ୱାଦ କେବଳ ଓଡିଶା ନୁହେଁ ସାରା ବିଶ୍ୱରେ ଏହି ଓଡ଼ିଆ ଖାଦ୍ୟର ବାସ୍ନାକୁ ପହଞ୍ଚାଇ ପାରୁଛନ୍ତି ନିଜ ବ୍ଲଗ୍‌ ମାଧ୍ୟମରେ।

କଟକ ସ୍ଥିତ ମଧୁପାଟଣା ଠାରେ ବାସ କରୁଥିବା ସୁରେଶ ଚନ୍ଦ୍ର ଦାଶ ଓ ଅନିତା ବେହେରାଙ୍କ ଝିଅ ପ୍ରୀତିଶାଙ୍କ ବୟସ ୨୫ ବର୍ଷ। ଆଇଟିଆର କଲେଜର ଛାତ୍ରୀ। ପେସାରେ ଜଣେ ଆଇଟି ଇଂଜିନିୟର। ବେଙ୍ଗାଲୁରୁ ଆଇବିଏମ୍‌ କମ୍ପାନିରେ କାର୍ଯ୍ୟରତ। ସାରା ବିଶ୍ୱବାସୀଙ୍କୁ ଓଡ଼ିଆ ଖାଦ୍ୟର ବାସ୍ନା ପହଞ୍ଚାଇ ପାରୁଛନ୍ତି ନିଜ ବ୍ଲଗ ମାଧ୍ୟମରେ। ପିଲାବେଳୁ ଖାଦ୍ୟ ଉପରେ ରୁଚି ରଖି ଆସୁଥିବା ଓ ପରେ ଘର ଠାରୁ ଦୂରରେ ବେଙ୍ଗାଲୁରୁରେ ରହି କାମ କରିବା ଆରମ୍ଭ କରିଥିବା ବେଳେ ସେଠାକାର ଖାଦ୍ୟ ଖାଇବାକୁ ପସନ୍ଦ କରି ନଥିବାବେଳେ ଆରମ୍ଭ କରିଥିଲେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା। ଏପରିକି ନିଜେ ଖାଇବା ସହ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାନ୍ତି। ଓଡ଼ିଆ ଖାଦ୍ୟ ଚାଖିବା ପରେ ସାଙ୍ଗମାନେ ଏହି ଖାଦ୍ୟର ପ୍ରଶଂସା କରିବା ସହ ଏହି ଓଡ଼ିଆ ଖାଦ୍ୟକୁ ଲୋକଲୋଚନକୁ ଆଣିବାକୁ ପରାମର୍ଶ ଦେଇଥିଲେ। ସାଙ୍ଗଙ୍କ ପରାମର୍ଶ ଓ ନିଜ ପିଲାବେଳର ରୁଚିକୁ ଏବେ ସତରେ ପରିଣତ କରିଛନ୍ତି ଏହି ବ୍ଲଗ ରାଇଟିଂ ଜରିଆରେ। ଯେଉଁଥିରେ ଓଡ଼ିଆ ଖାଦ୍ୟ ନିଜେ ପ୍ରସ୍ତୁତ କରିବା ପରେ ଖାଦ୍ୟକୁ ଭଲ ଭାବେ ସଜାଇ ଫଟୋ ଉଠାଇ ଖାଦ୍ୟର ପ୍ରଣାଳୀକୁ କଣ୍ଟେଣ୍ଟ୍‌ କରି ବ୍ଲଗରେ ଲେଖି ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ନିଜର ଏକ (the_art_of_comforting_eating) ପେଜ ତିଆରି କରି ବ୍ଲଗ ଅପଲୋଡ଼ କରିବା ଆରମ୍ଭ କଲେ।

publive-image Sambad

ଆଜିକୁ ୩ ବର୍ଷ ହେବ ଏହି ବ୍ଲଗ ରାଇଟିଂ ଆରମ୍ଭ କରିଥିବା ବେଳେ ୫ଶହରୁ ଅଧିକ ଖାଦ୍ୟର ପ୍ରଣାଳୀ ଏଥିରେ ଅପଲୋଡ଼ କରିଛନ୍ତି। ପ୍ରଥମ ବ୍ଲଗ୍‌ଟିକୁ ଦେଖି ଲୋକେ ପ୍ରଶଂସା କରିବା ସହ ଓଡ଼ିଆ ଖାଦ୍ୟ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖି ସେ ଧୀରେଧୀରେ ଏହି ବ୍ଲଗର ସଂଖ୍ୟା ବଢାଇଥିଲେ। ଯେଉଁଥିରେ ଓଡ଼ିଶାର କୋଣଅନୁକୋଣରୁ ରହିଛି ସବୁ ଖାଦ୍ୟର ପ୍ରଣାଳୀ। ଓଡ଼ିଆ ଖାଦ୍ୟର ପ୍ରଚାରପ୍ରସାର କରିବାକୁ ଲକ୍ଷ୍ୟ ରଖିଥିବା ପ୍ରୀତିଶାଙ୍କ କହିବା ଅନୁଯାୟୀ, ପିଲାବେଳେ ମା’ ରୋଷେଇ କରିବା ସମୟରେ ବହୁ ଧ୍ୟାନ ଦେଇ ଦେଖିଥାଏ। ପରେ ନିଜେ ରୋଷେଇ କରି ସମସ୍ତଙ୍କୁ ଖୁଆଇବାର ଇଛା ମନରେ ଆସିଥିବାବେଳେ ସମସ୍ତଙ୍କୁ ନିଜ ହାତରନ୍ଧା ମଧ୍ୟ ଖୁଆଇବା ଆରମ୍ଭ କଲି। ପରେ ଘର ଠାରୁ ଦୂରେଇ ରହିବାକୁ ପଡିଥିଲା ଏବଂ ଅନ୍ୟ ଖାଦ୍ୟ ମଧ୍ୟ ଖାଇବାକୁ ପଡୁଥିଲା ଯାହାକି ପାଟିକୁ ସ୍ୱାଦ ଦେଉ ନଥିଲା। ତେବେ ସ୍ଥିର କରିଥିଲି ନିଜେ ଖାଦ୍ୟ ବନେଇ ଖାଇବି ଏବଂ ଅନ୍ୟଙ୍କୁ ଖୁଆଇବି। ସାଙ୍ଗ ମାନେ ମୋ ହାତ ରନ୍ଧା ଓଡ଼ିଆ ଖାଦ୍ୟ ଖାଇ ବହୁତ ପ୍ରଶଂସା କରିବା ସହ ଏହାକୁ ଲୋକଲୋଚନକୁ ଆଣିବାକୁ ପରାମର୍ଶ ଦେଇଥିଲେ। ସବୁକୁ ନଜରରେ ରଖି ଓଡ଼ିଆ ଖାଦ୍ୟର ଏକ ସ୍ୱତନ୍ତ୍ର ବ୍ଲଗ ରାଇଟିଂ ଇନଷ୍ଟାଗ୍ରାମରେ ପେଜ ତିଆରି କଲି। ଯାହାକୁ ବହୁ ଲୋକେ ପ୍ରଶଂସା କରିବା ସହ ଓଡ଼ିଆ ଖାଦ୍ୟକୁ ନିଜେ ବନେଇ ମଧ୍ୟ ଏହାର ସ୍ୱାଦ ଚାଖିଛନ୍ତି। ଆଗାମୀ ଦିନରେ ଏହି ବ୍ଲଗ ରାଇଟିଂ ଜାରି ରଖିବା ସହ ନିଜେ ଏକ ରେଷ୍ଟୁରାଣ୍ଟ ଖୋଲି ସ୍ୱତନ୍ତ୍ର ଭାବେ ଓଡ଼ିଆ ଅଥେଣ୍ଟିକ ଖାଦ୍ୟ ଗ୍ରାହକଙ୍କୁ ପରସିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe