ଏଯାଏ ମିଳିନି ମୃତ୍ୟୁ ପ୍ରମାଣପତ୍ର; ସରକାରୀ ସହାୟତାରୁ ବଂଚିତ, କୋଭିଡ୍‌ ମୃତକଙ୍କ ପରିବାରକୁ ଭେଟି ସମସ୍ୟା ବୁଝିଲେ ସାଂସଦ ସୁବାସ ସିଂହ

Advertisment
ଏଯାଏ ମିଳିନି ମୃତ୍ୟୁ ପ୍ରମାଣପତ୍ର; ସରକାରୀ ସହାୟତାରୁ ବଂଚିତ, କୋଭିଡ୍‌ ମୃତକଙ୍କ ପରିବାରକୁ ଭେଟି ସମସ୍ୟା ବୁଝିଲେ ସାଂସଦ ସୁବାସ ସିଂହ

Sambad

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ  ସାଂସଦ ସୁବାସ ସିଂହ ବିଭିନ୍ନ କୋଭିଡ ମୃତକଙ୍କ ଘରକୁ ଯାଇ ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି। କଟକ ମହାନଗରନିଗମ ଅଂଚଳରୁ  କେବଳ ୩୩୮ ଜଣ ଲୋକ ପ୍ରାଣ ହରାଇବା ତଥ୍ୟ ସରକାରଙ୍କ ରେକର୍ଡରେ ରହିଛି। କିନ୍ତୁ ଅନେକ କୋଭିଡ ମୃତକ ଏଯାଏ ପ୍ରମାଣପତ୍ର ପାଇ ନଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ନେଇ ପାରି ନାହାନ୍ତି। ଆଶୀର୍ବାଦ ଯୋଜନାରେ ପିଲାମାନଙ୍କ ପାଠପଢା, ମୃତକଙ୍କ ପରିବାରର ପିଲାଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ  ମାସିକ ଆର୍ଥିକ  ସହାୟତା, ଯେଉଁ ସ୍କୁଲରେ ପଢୁଥିଲେ ବି ସମସ୍ତ ଦେୟ ମୁକ୍ତ କରିବାକୁ ବିଧିବଦ୍ଧ ଭାବେ ଘୋଷଣା ସହ ସରକାରୀ ବିଧିବ୍ୟବସ୍ଥା  ଅନୁଯାୟୀ ଘର ନଥିଲେ ବିଜୁ ପକ୍କା ଘର, ମଧୁବାବୁ ପେନସନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ପ୍ରତ୍ୟେକ ମୃତକଙ୍କ  ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା ସ୍ୱତନ୍ତ୍ର ସହାୟତା ଯୋଜନା ରହିଛି। କିନ୍ତୁ ଏହି ଯୋଜନା  ଗୁଡିକ ମୃତକଙ୍କ  ପରିବାର ପାଖରେ ପହଁଚିଲା କି ନାହିଁ  ତାହା ଅନୁଧ୍ୟାନ କରିବା ପାଇଁ ସାଂସଦ ସୁବାସ ସିଂହ ସଂପୃକ୍ତ ପରିବାର ଗୁଡିକୁ ଯାଇ ସେମାନଙ୍କ ସହିତ ଆଲୋଚନା କରିଛନ୍ତି। କଟକର ଗୋରା କବର ଅଞ୍ଚଳର ବାସିନ୍ଦା ସେକ ନସିମ କରୋନାରେ ଆକ୍ରାନ୍ତ ହୋଇ ସିଫା ହସ୍ପିଟାଲରେ ପ୍ରାଣ ହରାଇଥିଲେ ବି ତାଙ୍କ ପରିବାରକୁ କରୋନା ମୃତ୍ୟୁ ସାର୍ଟିଫିକେଟ ମିଳି ପାରି ନାହିଁ। ତାଙ୍କର ଗୋଟିଏ ଝିଅ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ  ଷଷ୍ଠ ଶ୍ରେଣୀରେ  ପଢୁଥିବା ବେଳେ ତାଙ୍କୁ ସ୍କୁଲରୁ ବିଦା କରି ଦିଆଯାଇଛି।

ସେ ବର୍ତମାନ ରଘୁନାଥ ଜୀଉ ବିଦ୍ୟାଳୟରେ ପଢୁଛନ୍ତି। ଉକ୍ତ ମୃତ  ବ୍ୟକ୍ତି  ଜଣେ ଗ୍ୟାରେଜ  ମେକାନିକ ଭାବରେ କାର୍ଯ୍ୟ କରୁଥିଲେ। ସାଂସଦ ସୁବାସ ସିଂହ ଏହି ଘଟଣା ଜାଣିବା ପରେ ଏଡିଏମଓ  ଡାକ୍ତର ଉମେଶ ରାୟଙ୍କୁ ଯୋଗାଯୋଗ  କରି ତାଙ୍କୁ କୋଭିଡ ମୃତ୍ୟୁ ସାର୍ଟିଫିକେଟ ତୁରନ୍ତ ଦିଆଯିବାର ବ୍ୟବସ୍ଥା କରିଥିଲେ। ସେହିପରି ୮ ନମ୍ବର ୱାର୍ଡର ପିୟୂଷ ଭୁୟାଁ,  ତୁଳସୀପୁର  ବାଉରୀ  ସାହିର  ଅଭୟ  କୁମାର କର, ତୁଳସୀପୁର  ଗୋରା କବରର  ମହମ୍ମଦ ଜାବିର ହୁସେନ ପ୍ରମୁଖ କୋଭିଡରେ ପ୍ରାଣ ହରାଇଥିଲେ ବି କୋଭିଡ ମୃତ୍ୟୁ ପ୍ରମାଣପତ୍ର ନଥିବାରୁ ଏହି ପରିବାର ଗୁଡିକ ନ୍ୟାଯ୍ୟ ସରକାରୀ ସହାୟତା ପାଇ ପାରି ନାହାନ୍ତି। ସାଂସଦ ଶ୍ରୀ ସିଂହଙ୍କ ସହିତ  ପୂର୍ବତନ ସ୍ୱାସ୍ଥ୍ୟ  କମିଟ ଅଧକ୍ଷ ରଞ୍ଜନ ବିଶ୍ୱାଳ, ପୂର୍ବତନ କର୍ପୋରେଟର ରମଜାନ ଖାଁ, ବିକାଶ ବେହେରା, ନମିତା ବାରିକ, ପ୍ରଫୁଲ ବେହେରା, ୱାର୍ଡ ସଭାପତି ଜଗନ୍ନାଥ ସ୍ୱାଇଁ , ସତ୍ୟବ୍ରତ ରଣା,  ଚିତ୍ତ ସାମନ୍ତରାୟ, ପ୍ରକାଶ  କୁମାର ରାଉତ, ବସନ୍ତ ସାହୁ, ରାଧେଶ୍ୟାମ ସାହୁ,  ପ୍ରଦୀପ  ବାରିକ ପ୍ରମୁଖ କୋଭିଡ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମସ୍ୟା ବୁଝି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe