ବିଦ୍ୟୁତ ସ˚ଯୋଗ ଦାବିରେ ରାସ୍ତାରୋକ

Advertisment
ବିଦ୍ୟୁତ ସ˚ଯୋଗ ଦାବିରେ ରାସ୍ତାରୋକ

YouTube

କଟକ-ଜଗତପୁର : ଫନି ପ୍ରଭାବରେ ବହୁଗ୍ରାମ ସେସୁ କାର୍ଯ୍ୟାଳୟ ଅଧିନସ୍ଥ ପ୍ରାୟ ୧୫ଟି ପଞ୍ଚାୟତର ବାସିନ୍ଦାମାନେ କଟକ ଚାନ୍ଦବାଲି ରୋଡ୍‌ସ୍ଥିତ ବହୁଗ୍ରାମ, କାଜିବଜାର, ପଦ୍ମପୁର ମେଡିକାଲ୍‌ ବଜାର ରାସ୍ତାରେ ଆନ୍ଦୋଳନ କରିଛନ୍ତି। ବାତ୍ୟା ହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଗ୍ରାହକମାନେ ବିଦ୍ୟୁତ ସ˚ଯୋଗ ପାଇବାରେ ବିଳମ୍ବ ହେଉଛି। ପରେ ବହୁଗ୍ରାମ ସେସୁ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲେ ବି ଅଧିକାରୀମାନେ ସେଠାରେ ପହଞ୍ଚିନଥିଲେ। ଫଳରୋ ବହୁଗ୍ରାମ ବଜାର ରାସ୍ତା, କାଜିବଜାର ଓ ପଦ୍ମପୁର ମେଡିକାଲ୍‌ ବଜାରରେ ଦିନ ୧୦ଟାରୁ ପର୍ଯ୍ୟାୟକ୍ରମେ ମଧ୍ୟାହ୍ନ ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଚାଲୁ ରହିଥିଲା। ଜଗତପୁର ଥାନା ପୁଲିସ୍‌ ଆନ୍ଦୋଳନସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାହକମାନଙ୍କ ସହିତ ଆଲୋଚନା କରିଥିଲା। ପରେ ସାଲେପୁର ସେସୁ ଉପଖଣ୍ତ ଅଧିକାରୀ ସୁଜିତ ସାହୁ ପୁଲିସ୍‌ ଉପସ୍ଥିତିରେ ତିନିଦିନ ମଧ୍ୟରେ ବିଦ୍ୟୁତ ସ˚ଯୋଗ ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ଏହି ଆନ୍ଦୋଳନରେ ଉଦୟ ବର୍ମା, ସେକ୍‌ ଇଲିୟାସ, ଅରକ୍ଷିତ ସେଠୀ, ଆୟୁବ ଅହମ୍ମଦ, ଦୀପକ ନାୟକ, କ୍ଷୀରୋଦ ସି˚ହ, ଅମରେନ୍ଦ୍ର ମହାନ୍ତି, ଗଗନ ମିଶ୍ର, କରୁଣାକର ଲେଙ୍କା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe