Sambad
କଟକ: ବାଦାମବାଡ଼ି ପୁରୀ ବସ୍ଷ୍ଟାଣ୍ଡରେ ପୌର ନିଗମର ବଜୁରି ଓ କୋଇଲା ଗୁଣ୍ଡ ପକାଇବା କାମ ପରେ ବି ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ଗତକାଲି ପୁରୀ ବସ୍ଷ୍ଟାଣ୍ଡର କାଦୁଆରେ ରାଜ୍ୟ ବାହାରର ଏକ ବସ୍ ଫ୍ସିଯାଇଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ବସ୍ଟିକୁ କାଦୁଅରୁ ବାହାର କରାଯାଇଥିଲା। ଭୁବନେଶ୍ବରରୁ ରାଞ୍ଚି ଯାଉଥିବା ଝାଡ଼ଖଣ୍ଡ ରାଜ୍ୟର ଭୋଳାନାଥ (ଜେଏଚ୍-୨୨ବି-୬୩୩୩) ବସ୍ଟି ମଧ୍ୟାହ୍ନରେ କଟକ ଆସିଥିଲା। ଉକ୍ତ ବସ୍ଟି ଭୁବନେଶ୍ବରରୁ ଆସି କଟକରୁ ଯାତ୍ରୀ ନେବା ପାଇଁ ପୁରୀ ବସ୍ଷ୍ଟାଣ୍ଡ୍ ଭିତରକୁ ପଶିଥିଲା।
ତେବ, ଏହି ସମୟରେ ବସ୍ର ଚକା ଷ୍ଟାଣ୍ଡ୍ର କାଦୁଅ ଭିତରେ ଦବିଯାଇଥିଲା। ବହୁ ଚେଷ୍ଟା ପରେ ବସ୍କୁ କାଦୁଅ ଭିତରୁ ବାହାର କରାଯାଇଥିଲା। ଉଲ୍ଲେଖ୍ୟ, ପୁରୀ ବସ୍ଷ୍ଟାଣ୍ଡରେ କାଦୁଅରେ ଭରି ରହିଥିବାରୁ ବସ୍ ଯାତାୟାତରେ ବିଶେଷ ସମସ୍ୟା ସୃଷ୍ଟି ହେଉଛି। ଆଜି ଷ୍ଟାଣ୍ଡ୍ ଭିତରେ ଅନ୍ୟ ରାଜ୍ୟର ବସ୍ ଫସିବାକୁ ନେଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
Follow Us